fbpx

ସୋସିଆଲ ମିଡିଆ ପାଇଁ ଆସିଲା ଗାଇଡଲାଇନ୍, ଜାଣନ୍ତୁ କ’ଣ?

ନୂଆଦିଲ୍ଲୀ,୨୫ ।୨: ସୋସିଆଲ ମିଡିଆ ପାଇଁ ଆଜି ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ସୋସିଆଲ ମିଡିଆ ଗାଇଡଲାଇନ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ । ଓଟିଟି ଓ ସାମାଜିକ ଗଣମାଧ୍ୟମ ପାଇଁ ମାଗଦର୍ଶିକା ଜାରି ହୋଇଛି । ମନ୍ତ୍ରୀ ରବିଶଙ୍କର କହିଛନ୍ତି ଯେ, ‘ସୋସିଆଲ ମିଡିଆକୁ ଭାରତରେ ସ୍ୱାଗତ । ସୋସିଆଲ ମିଡିଆ ଅପବ୍ୟବହାର ଗ୍ରହଣଯୋଗ୍ୟ ନୁହେଁ । ଘୃଣାର ପ୍ରସାରର ମାଧ୍ୟମ ସାଜିଛି ସୋସିଆଲ ମିଡିଆ । ହିଂସା, ଭାଷା ଓ ଦୃଶ୍ୟ ଆଧାରରେ ବିଭାଗୀକରଣ କରାଯିବ । ୟୁ, ୟୁ-୭, ୟୁ-୧୩ ଆଧାରକୁ ନେଇ ବିଭାଗୀକରଣ ହେବ । ସୋସିଆଲ ମିଡିଆକୁ ନେଇ ଅନେକ ଅଭିଯୋଗ ପାଇଛୁ । ’

ତେବେ ଓଟିଟି, ନ୍ୟୁଜ ପୋର୍ଟଲ, ସୋସିଆଲ ନେଟୱାର୍କ ପାଇଁ ଆସିଛି ନୂଆ ନିୟମ । ଆପତ୍ତିଜନକ ପୋଷ୍ଟ ୨୪ ଘଣ୍ଟା ମଧ୍ୟରେ ହଟାଇବାକୁ ପଡିବ । ଫେକ୍ ନ୍ୟୁଜ ଉପରେ ବି ୩ଟି ସ୍ତରରେ ନଜର ରଖାଯିବ । ସବୁ ମାସରେ ଅଭିଯୋଗ ଓ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ ପଡିବ । ନୋଡାଲ ଅଧିକାରୀଙ୍କୁ ନିଯୁକ୍ତ ଦେବାକୁ ପଡିବ । ଆଗାମୀ ୩ ମାସ ମଧ୍ୟରେ ନୂଆ ନିୟମ ଲାଗୁ ହେବ ।  ନିୟମ ଖିଲାପ କଲେ ଅତି କମ୍‌ରେ ୫ ବର୍ଷ କାରାଦଣ୍ଡ ବ୍ୟବସ୍ଥା । ଦେଶରେ ସର୍ବପ୍ରଥମେ କିଏ ଦୋଷ କଲେ ତାହା ଜଣାଇବାକୁ ପଡ଼ିବ ।

ସାମାଜିକ ଗଣମାଧ୍ୟମର ବ୍ୟବହାର ନେଇ କେନ୍ଦ୍ର ସରକାରଙ୍କ ସୂଚନା ଅନୁସାରେ, ଭାରତରେ ୫୩ କୋଟି ଲୋକ ହ୍ବାଟ୍ସ ଆପ୍ ବ୍ୟବହାର କରନ୍ତି । ୟୁଟ୍ୟୁବ୍ ବ୍ୟବହାର କରନ୍ତି ୪୪.୮ କୋଟି ଭାରତୀୟ । ଫେସବୁକ୍‌ରେ ୪୧ କୋଟି, ଇନଷ୍ଟାଗ୍ରାମରେ ୨୧ କୋଟି ବ୍ୟବହାରକାରୀ ଅଛନ୍ତି । ୧ କୋଟି ୪୫ ଲକ୍ଷ ଭାରତୀୟ ଟ୍ବିଟର ବ୍ୟବହାର କରନ୍ତି ।

Get real time updates directly on you device, subscribe now.