fbpx

ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ଆସିଲା ଗାଇଡଲାଇନ୍

ପୁରୀ,୨୯ ।୯(ଓଡିଶା ଭାସ୍କର): ପୁରୀ ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର କୋଭିଡ ନିୟମ ଜାରି କରିଛି ଜିଲ୍ଲା ପ୍ରଶାସନ । ଶ୍ରୀମନ୍ଦିର ଭିତରେ ସେବାୟତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଶ୍ରୀମନ୍ଦିରର ୪ ଦ୍ୱାରରେ ସେବାୟତଙ୍କର ଥର୍ମାଲ ସ୍କିନିଂ କରାଯିବ । ପଜିଟିଭ ଚିହ୍ନଟ ସେବାୟତ ୧୭ ଦିନ ଯାଏଁ ଶ୍ରୀମନ୍ଦିର ଆସିପାରିବେନି । ଆକ୍ରାନ୍ତ ହେବାର ୧୭ ଦିନ ମଧ୍ୟରେ ମନ୍ଦିରକୁ ଗଲେ ଫୌଜଦାରୀ ମାମଲା ରୁଜୁ ହେବ । ଏନେଇ ଜିଲ୍ଲାପାଳଙ୍କ ସହ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.