fbpx

ପାର୍ବଣ ଋତୁ ପାଇଁ ଆସିଲା ଗାଇଡଲାଇନ୍, ଜାଣନ୍ତୁ କିପରି ହେବ ପୂଜା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ବି ବିପଦ ଏବେ ବି ଟଳିନି । ଏହାକୁ ଦୃଷ୍ଟିରେ ରଖି ପାର୍ବଣ ଋତୁ ପାଇଁ ଆସିଛି ଗାଇଡଲାଇନ୍ । ଗଣେଷ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ପାଇଁ ଆସିଛି ଗାଇଡଲାଇନ୍ । ଏଥର ବି ବିନା ଭକ୍ତରେ ହେବ ପୂଜା । ପାର୍ବଣ ଋତୁ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି ଏସଆରସି ପ୍ରଦୀପ ଜେନା । କଟକଣା ସହ ପୂଜା ଆୟୋଜନ ପାଇଁ କମିଟିକୁ ଅନୁମତି ଦିଆଯାଇଛି ।

ତେବେ ଗାଇଡଲାଇନ୍ ମୁତାବକ, ୪ ଫୁଟରୁ କମ୍ ଉଚ୍ଚତାରେ ହେବ ମୂର୍ତ୍ତି । ତିନି ପଟରୁ ପୂଜା ପେଣ୍ଡାଲ ସମ୍ପୂର୍ଣ୍ଣ ଆବଦ୍ଧ ହେବ । ସାମ୍ନାକୁ ପଟରୁ ଏମିତି ଆବଦ୍ଧ ହେବ ଯେମିତି ଭକ୍ତମାନେ ଦର୍ଶନ କରିପାରିବେ ନାହିଁ । ପୂଜା ପେଣ୍ଡାଲରେ ସର୍ବାଧିକ ୭ ଜଣ ରହିବାକୁ ଅନୁମତି ଦିଆଯାଇଛି । କର୍ତ୍ତା, ପୁରୋହିତ ଓ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ମିଶାଇ ୭ ଜଣଙ୍କୁ ଅନୁମତି ଦିଆଯିବ ।

କିନ୍ତୁ ଏହି ସମୟରେ କୋଭିଡ ନିୟମ ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି । ମଣ୍ଡପ, ପେଣ୍ଡାଲରେ ପୂଜା ପାଇଁ ଅନୁମତି ନେବା ଜରୁରୀ । ଜିଲ୍ଲାରେ ଜିଲ୍ଲାପାଳ, ଟୁଇନ ସିଟିରେ ସିପିଙ୍କ ଅନୁମତି ଆବଶ୍ୟକ । କେବଳ ପରମ୍ପରା ରକ୍ଷା ପାଇଁ ନିରାଡ଼ମ୍ବର ଭାବେ ପୂଜା କରାଯିବ । କୌଣସି ସାଜସଜ୍ଜା ମନା ଓ ମଣ୍ଡପକୁ ଶ୍ରଦ୍ଧାଳୁଙ୍କ ଆସିବା ବାରଣ କରାଯାଇଛି । ମଣ୍ଡପରେ ସାଧାରଣ ଦର୍ଶନାର୍ଥୀଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ରହିବ ନାହିଁ ।

Get real time updates directly on you device, subscribe now.