fbpx

ଇସ୍ରାଏଲ୍ ସେନାରେ ଗୁଜରାଟି ଝିଅ, ଗାଜା ଉପରେ ରକେଟ୍-ମିସାଇଲ୍ ଆକ୍ରମଣରେ ଥିଲା ଯୋଗଦାନ

ଅହମଦାବାଦ୍: ଇସ୍ରାଏଲରେ ସଫତାଲୀ ବେନେଟ୍ ଙ୍କ ନେତୃତ୍ୱରେ ନୁତନ ସରକାର ଗଠନ ହେବାପରେ ମଙ୍ଗଳବାର ପ୍ରଥମ ଥର ଖବର ଆସିଥିଲା ଯେ, ଗାଜା ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଗାଜା ଉପରେ ରକେଟ୍ ଏବଂ ମିସାଇଲ୍ ଛଡାଯାଇଥିଲା । ଏନେଇ ଇସ୍ରାଏଲ୍ ସେନାର କହିବା କଥା ଯେ, ଗାଜା ପକ୍ଷରୁ ବିସ୍ଫୋରକ ବେଲୁନ୍ ଛଡାଯାଇଥିଲା ଏବଂ ଏୟାର୍ ଷ୍ଟ୍ରାଇକ୍ କରାଯାଇଥିଲା । ତେଣୁ ଏହାର ଜବାବୀ ହମଲାରେ ଇସ୍ରାଏଲ୍ ପକ୍ଷରୁ ଗାଜା ଉପରକୁ ଆକ୍ରମଣ ହୋଇଥିଲା । ତେବେ ଏହା ଭିତରେ ଆଉ ଏକ କଥା ସାମନାକୁ ଆସିଛି ଯେ, ମଙ୍ଗଳବାର ହୋଇଥିବା ଏହି ଆକ୍ରମଣରେ ଇସ୍ରାଏଲ୍ ପକ୍ଷରୁ ଯେଉଁ ଟିମ୍ ନିୟୁକ୍ତ ହୋଇଥିଲା ସେଥିରେ ଗୁଜରାଟର ଜଣେ ମହିଳା ସୈନିକ ରହିଛନ୍ତି ।

ଇସ୍ରାଏଲ୍ ଡିଫେନ୍ସ ଫୋର୍ସରେ ଯେଉଁ ଟିମ୍ ଗାଜା ଉପରେ ଜବାବୀ ଫାୟାରିଂ କରିଥିଲେ ସେଥିରେ ଗୁଜୁରାଟର ଜଣେ ୨୦ ବର୍ଷୀୟା ଝିଅ ନିତ୍ୟା ମୁଲିୟାଶା ମଧ୍ୟ ସାମିଲ ଥିଲେ । ଯିଏକି ଏହି ଆକ୍ରମଣ ପରେ ଚର୍ଚ୍ଚାରେ ରହିଛନ୍ତି । ରିପୋର୍ଟ ମୁତାବକ ନିତ୍ୟା ହେଉଛନ୍ତି ରାଜକୋଟର କୋଠାଡି ଗାଁର ବାସିନ୍ଦା । ତେବେ ନିତ୍ୟା ଏବେ ଇସ୍ରାଏଲ୍ ସେନାର ଯୋଗ ଦେଇଥିବା ପ୍ରଥମ ମହିଳା ହୋଇଯାଇଛନ୍ତି ।

ସୂଚନା ଅନୁସାରେ, ନିତ୍ୟାଙ୍କୁ ଆଧୁନିକ ଅସ୍ତ୍ରଶସ୍ତ୍ର ଚଳାଇବାରେ ପ୍ରଶିକ୍ଷଣ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ନିତ୍ୟାଙ୍କ ବାପା କହିଛନ୍ତି ଯେ, ଥରେ ସେନା ୨ବର୍ଷ ୪ମାସ କାର୍ଯ୍ୟକାଳ ପୂରା ହେବା ପରେ ତାଙ୍କୁ ଏକ ଏଗ୍ରିମେଣ୍ଟ ସାଇନ୍ କରିବାକୁ କରିବେ ଯେଉଁଥିରେ ସେ ନିଜ ଇଚ୍ଛାରେ ବା ନିଜ ପସନ୍ଦର କୋର୍ସ କରିପାରିବେ । ଏଥିସହ ନିତ୍ୟାଙ୍କର ପାଠପଢ଼ାର ପୂରା ଖର୍ଚ୍ଚ ଇସ୍ରାଏଲ୍ ସେନା ଭରଣ କରିବେ ବୋଲି ଜଣାପଡିଛି । ମହିଳା ସେନା ଭାବରେ କହିବା ତେବେ ନିତ୍ୟାଙ୍କୁ ଗତ ୨ ବର୍ଷ ମଧ୍ୟରେ ଲେବନାନ୍, ସିରିୟା, ଜାର୍ଡନ ଏବଂ ମିସ୍ର ସୀମାରେ ମୁତୟନ କରାଯାଇଛି ।

ସୂଚନାଯୋଗ୍ୟ, ମେ ୨୧ ତାରିଖରେ ଇସ୍ରାଏଲ୍ ଏବଂ ଗାଜା ମଧ୍ୟରେ ସିଜ୍ ଫାୟାର୍ ଘୋଷଣା ହୋଇଥିଲା । ଏହା ପୂର୍ବରୁ ଦୁଇ ଜଣଙ୍କ ମଧ୍ୟରେ ୧୧ ଦିନ ପର୍ଯ୍ୟନ୍ତ ରକେଟ୍ ଓ ମିସାଇଲ୍ ଦ୍ୱାରା ହମଲା ହୋଇଥିଲା । ଆଉ ଏହି ହମଲାରେ ୨୫୩ ଫିଲିସ୍ତାନୀ ପ୍ରାଣ ହରାଇଥିଲେ । ସେଥିମଧ୍ୟରେ ୬୬ ଜଣ ପିଲା ରହିଥିଲେ । ଏଥିସହ ୧୩ ଜଣ ଇସ୍ରାଏଲ୍ ନାଗରିକ ମଧ୍ୟ ପ୍ରାଣ ହରାଇଥିଲେ । ସେଥିରେ ଗୋଟିଏ ୫ବର୍ଷର ଛୁଆ ରହିଥିବା ବେଳେ ଜଣେ ସେନା ମଧ୍ୟ ରହିଥିଲେ । ଏହାପରେ ମଙ୍ଗଳବାର ପୁଣିଥରେ ଦୁଇ ଦେଶର ସେନା ମଧ୍ୟରେ ହମଲା ହୋଇଥିଲା ।

Get real time updates directly on you device, subscribe now.