fbpx

୨ଟି ଗୁଲାବ ଜାମୁନର ଦାମ୍ ଶୁଣିଲେ ଉଡିଯିବ ଆପଣଙ୍କ ହୋସ ; ଲୋକେ କହିଲେ କେଉଁଥିରେ ତିଆରି, ଫଟୋ ଭାଇରାଲ

ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଜିନିଷ ଭାଇରାଲ ହେଉଛି । ଫଳରେ ଏହାକୁ ନେଓଇ ବେଲେ ବେଳେ ସୋସିଆଲ ମିଡିଆରେ ହଙ୍ଗା ଦେଖାଦେଉଛି ତ ଆଉ କେତେବେଳେ ଏହି ଭିଡିଓ ପାଇଁ କିଏ ବିବାଦରେ ଫସୁଛି । ତେବେ ଏହିପରି ଅନେକ ଭିଡିଓ ଏବଂ ଫଟୋ ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ବର୍ତ୍ତମାନ ମଧ୍ୟ ଏକ ଭାଇରାଲ ଫଟୋକୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ଏହି ଫଟୋରେ ୨ ଟି ଗୁଲାବ ଜାମୁନର ଦାମ ବିଷୟରେ କୁହାଯାଇଛି । ଯାହା ବିଷୟରେ ଜଣାଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ସମ୍ପର୍କରେ…

ବର୍ତ୍ତମାନ ସମୟରେ ଅନଲାଇନ୍ ଖାଦ୍ୟ ଅର୍ଡର କରିବା ଏକ ସାଧାରମ କଥା । ଏତିପାଇଁ ବିଭିନ୍ନ ପ୍ରକାର ଆପ୍ ମଧ୍ୟ ରହୁଛି । ତେବେ ସେଥିମଧ୍ୟରୁ କିଛି ଲୋକପ୍ରିୟ ଆପ୍ ଯେପରି କି ଜୋମାଟୋ , ସ୍ୟୁଗି , ଡୋମିନସ୍ ଆଦି ଆପମାନଙ୍କ ନାଁ ରହିଛି । ତେବେ ସେଥିମଧ୍ୟରୁ ଜୋମାଟ ଆପ୍କୁ ନେଇ ବର୍ତ୍ତମାନ ଚର୍ଚ୍ଚା ହେଉଛି । କାରଣ ଜୋମାଟୋରେ ୨ଟି ଗୁଲାବ ଜାମୁନର ଦାମ୍ ୪୦୦ ଟଙ୍କା ହୋଇଥିବା ଦେଖିବାକୁ ମିଲିଛି । ଏଥିସହିତ ସେଥିରେ ଡିସକାଉଣ୍ଟ ମଧ୍ୟ ରହିଛିଏବଂ ଏହାପରେ ଦାମ୍ କମ୍ ହୋଇ ଦେଖା ଯାଇଛି । ଯାହାର ସ୍କ୍ରିନସର୍ଟ ଭୁପେନ୍ଦ୍ର ନାମକ ଜଣେ ୟୁଜର୍ସ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଭୁପେନ୍ଦ୍ର ସେହି ଫଟୋରେ ମଜାଳିଆ ଡଙ୍ଗରେ କ୍ୟାପସନ ଦେଇ ଲେଖିଛନ୍ତି ୨ଟି ଗୁଲାବ ଜାମୁନର ଦାମ୍ ୪୦୦ ଟଙ୍କା, ସେହିପରି ଗାଜର ହାଲୁଆ କିଲୋ ୩୦୦୦ ହଜାର ଟଙ୍କା ଏବଂ ଏହାପରେ ୮୦ ପ୍ରତିଶତ ଡିସକାଉଣ୍ଟ । ବିଶ୍ୱାସ ହେଉନାହିଁ ଏହା ଏତେ ଶସ୍ତା । କଣ ମୁ ବାସ୍ତବରେ ୨୦୨୩ ମସିହା ରହୁଛି । ତେବେ ଜୋମାଟୋକୁ ଧନ୍ୟବାଦ, କାରଣ ସେମାନେ ୨୦୨୩ ମସିହାରେ ରହୁଥିବା ଲୋକମାନଙ୍କ ପାଇଁ ସେମାନେ ବହୁତ ଉଦାର ଅଛନ୍ତି । ଯାହାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ତେବେ ଏହି ଫଟୋ ଭାଇରାଲ ହେବା ପରେ ଲୋକାମନେ ଏହାକୁ ନେଇ ଅନେକ ପ୍ରକାର କମେଣ୍ଟ ଦେବା ସହ ଟ୍ରୋଲ ମଧ୍ୟ କରୁଛନ୍ତି । ଏଥିସହିତ ଜୋମାଟୋ ବିଷୟରେ ମଧ୍ୟ ଅନେକତ କିଛି କଥା କହୁଥିବା ଶୁଣିବାକୁ ମିଲିଛି

Get real time updates directly on you device, subscribe now.