fbpx

ସଂଘର୍ଷରୁ ସଫଳତାର କାହାଣୀ: ଗୁପଚୁପ ବିକାଳି ହେଲେ ଆନ୍ତର୍ଜାତୀୟ କ୍ରୀଡାବିତ୍, ମିଳିଲା ପୋଲିସ ଚାକିରି[video]

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୁପୁଚୁପ୍ ବିକାଳିରୁ ଆନ୍ତର୍ଜାତୀୟ କ୍ରୀଡାବିତ ଭାବରେ ନିଜକୁ ପ୍ରତିଷ୍ଠା କରିବା ସହିତ ଏକ ସରକାରୀ ଚାକିରି ହାସଲ କରିଛନ୍ତି । ସଂଘର୍ଷରୁ ସଫଳତାର କାହାଣୀରେ ଆଜି ଆସନ୍ତୁ ଜାଣିବା କ୍ରିଷ୍ଣା ଶିକାରୀଙ୍କ ସମ୍ପର୍କରେ । ଗରିବ ପରିବାରରୁ ଆସି କିଭଳି ଭାବରେ ନିଜକୁ ଜଣେ କରାଟେକା ଭାବରେ ପ୍ରତିଷ୍ଠିତ କରିଛନ୍ତି । ଖୋର୍ଦ୍ଧା ବାଲୁଗାଁର ଯୁବକ କ୍ରିଷ୍ଣା ନିହାତି ଗରିବ ପରିବାରରୁ ଆସିଛନ୍ତି ।

ଗୁପଚୁପ ବିକ୍ରି କରିବା ସହିତ ନିଜର ଅଦମ୍ୟ ଇଚ୍ଛାଶକ୍ତି ବଳରେ ଅସାଧ୍ୟକୁ ସାଧ୍ୟ କରି ପାରିଛନ୍ତି । ପରିବାରର ଆର୍ଥିକ ଦୁଃସ୍ଥିତି କାରଣରୁ ଗୁପଚୁପ ବିକ୍ରିକୁ ରୋଜଗାରର ପନ୍ଥା ଭାବରେ ବାଛି ନେଇଥିଲେ କ୍ରିଷ୍ଣା । ଜାତୀୟ ସ୍ତରରେ ଏକ ନମ୍ବର ହେବା ପରେ କ୍ରିଷ୍ଣାଙ୍କୁ ଓଡିଶା ପୋଲିସରେ ଚାକିରି ମିଳିଥିଲା । ନିଜର ଏହି ସଫଳତାର ସମସ୍ତ ଶ୍ରେୟ ନିଜର ଗୁରୁ ଦେବଙ୍କୁ ପ୍ରଦାନ କରିଛନ୍ତି । ଦେଖନ୍ତୁ ଭିଡ଼ିଓ…

Get real time updates directly on you device, subscribe now.