fbpx

କେଶ ପ୍ରବଳ ଝଡ଼ୁଚି କି , ତେବେ ହୋଇଥାଇ ପାରେ ଏହି କାରଣ

ମହିଳା ହେଉ କିମ୍ବା ପୁରୁଷ କେଶ ଝଡ଼ିବା ଏକ ପ୍ରକାର ସାଧାରଣ କଥା ହୋଇଗଲାଣି । କିନ୍ତୁ କେଶ ଝଡ଼ିବା ସମସ୍ୟା ମହିଳାଙ୍କ କ୍ଷେତ୍ରରେ ଅଧିକ ଦେଖାଦେଇଥାଏ । ଏହାସହ ଝିଅମାନେ ନିଜ କେଶକୁ ସୁନ୍ଦର ଦେଖାଯିବା ଓ ଘନ କରିବାକୁ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ସାମ୍ପୁ ଓ କଣ୍ଡିସନର ଇତ୍ୟାଦି ବହୁ ରାସାୟନିକ ପଦାର୍ଥ ବ୍ୟବହାର କରାଯାଇଥିବା ଜିନିଷ ବ୍ୟବହାର କରିଥାନ୍ତି । ଯାହାଫଳରେ କେଶ ବହୁ ଝଡ଼ିଥାଏ । ପ୍ରଦୂଷଣ ମଧ୍ୟ କେଶ ଝଡ଼ିବାର ଅନ୍ୟ ଏକ କାରଣ ହୋଇଥାଏ । ଏଥି ସହିତ ଏହାକୁ ଛାଡ଼ି ଦେଲେ ମଧ୍ୟ ଅନ୍ୟ କେତେ ଗୁଡ଼ିଏ କାରଣ ରହିଥାଏ ଯେଉଁଥି ପାଇଁ କେଶ ଝଡ଼ିଥାଏ । ତେବେ କଣ ରହିଛି ସେହି କାରଣ ଜାଣି ରଖନ୍ତୁ


ଯଦି ଆପଣଙ୍କ ଶରୀରରେ ଆଇରନର ପରିମାଣ କମ୍ ରହିଥାଏ ତେବେ କେଶ ବହୁତ ପରିମାଣରେ ଝଡ଼ିଥାଏ । ଆଇରନ ହେୟାର ସେଲ ଉତ୍ପାଦନରେ ସାହାଯ୍ୟ କରିଥାଏ ।
ମହିଳାମାନେ ଓଜନ କମ କରିବା ପାଇଁ କ୍ୟାଲେରୀ ଯୁକ୍ତ ଖାଦ୍ୟ ବେଶି ଖାଆନ୍ତି ନାହିାଁ ଏହା ମଧ୍ୟ ଏକ କାରଣ ହୋଇଥାଏ ।
ଥାଇରଏଡ଼ ଗ୍ରନ୍ଥିରେ ଅସନ୍ତୁଳନ ଦେଖାଦେଲେ କେଶ ପ୍ରବଳ ଝଡ଼ିଥାଏ । ଯେଉଁ ମହିଳା ମାନଙ୍କର ହାଇପୋଥାଇରଏଡ଼ତଜିମ୍ ସମସ୍ୟା ରହିଛି । ସେମାନେ କେଶ ଝଡ଼ିବା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।
ଏହା ସହ ମହିଳାମାନେ କେଶକୁ କଲର, ଷ୍ଟ୍ରେଟନିଂ, କର୍ଲି କରିବା ପାଇଁ ବେଶ ପସନ୍ଦ କରୁଛନ୍ତି । ଏହାଦ୍ୱାରା ମଧ୍ୟ କେଶ ଝଡ଼ିଥାଏ ।
କେଶ ଓଦା ଥାଇ କୁଣ୍ଡାଇଲେ ମଧ୍ୟ କେଶ ଝଡ଼ିଥାଏ ।

Get real time updates directly on you device, subscribe now.