fbpx

ବେଦି ନାହିଁ କି ପଣ୍ଡିତ ନାହାନ୍ତି, କିନ୍ତୁ ସଜେଇ ହୋଇଛନ୍ତି ବର କନ୍ୟା; ଦିବ୍ୟାଙ୍ଗ ଦମ୍ପତିଙ୍କ ନିଆରା ବିବାହ

ଖୋର୍ଦ୍ଧା(ଓଡ଼ିଶା ଭାସ୍କର): ଭଗବାନଙ୍କ ସୃଷ୍ଟିରେ କାହା ଭାଗ୍ୟ କେଉଁ ମୋଡ଼ ନେବ ତାହା ହୁଏନି । ତେବେ ଏହି ଆଧାରରେ ଜନ୍ମରୁ କେହି ଅନାଥ କି ଦିବ୍ୟାଙ୍ଗ ହୋଇ ନଥାନ୍ତି। କିନ୍ତୁ ଅନାଥ ହୋଇଗଲା ପରେ ସମାଜରେ ସେମାନଙ୍କ ସ୍ଥାନ କେଉଁଠି, କଣ ତାଙ୍କର ପରିଚୟ, କାହାକୁ ଜଣା ନ ଥାଏ । ଏହି ଅନାଥ ପୁଣି ଦିବ୍ୟଙ୍ଗ ଶିଶୁ ବଡ଼ ହୋଇ ମୁଖ୍ୟ ସ୍ରୋତରେ ସାମିଲ ହେବେ, ବିବାହ ବନ୍ଧନରେ ବାନ୍ଧି ହୋଇ ସଂସାର ଗଢିବେ, ଯାହା ଏକ ସ୍ୱପ୍ନ କିନ୍ତୁ ତାହା ବାସ୍ତବ ରେ ପରିଣତ ହୋଇଛି ଅର୍ଚ୍ଚନା ଏବଂ ଜୟରାମଙ୍କ କ୍ଷେତ୍ରରେ ।

ଅର୍ଚ୍ଚନା ଛଅ ସାତ ବର୍ଷର ହୋଇଥିବା ବେଳେ ଅନାଥ ହୋଇଯାଇଥିଲେ, ପୁଣି ଦିବ୍ୟଙ୍ଗ ମଧ୍ୟ । ତାର ଗୋଟିଏ ଗୋଡ଼ ହାତ ଠିକ ଭାବରେ କାର୍ୟ୍ୟ କରେ ନାହିଁ। ଖୋର୍ଦ୍ଧା ଆଦୃତ ନାମକ ଶିଶୁ ସୁରକ୍ଷା ସଂଗଠନ ଏହି ଶିଶୁ କନ୍ୟାକୁ ୨୦୦୬ ମସିହାରେ ଗ୍ରହଣ କରି ନେଇଥିଲେ। ସେଠାରେ ସେ ଲାଳିତ ପାଳିତ ହୋଇ ଏବେ ୨୨ ବର୍ଷର ଯୁବତୀ ହେବା ପରେ ସେହି ଅନୁଷ୍ଠାନ ରେ ଚାକିରୀ ପାଇଥିଲେ ।

ଠିକ ସେହିପରି ଜୟରାମ ପିଲାବେଳୁ ଅନାଥ, ମୁକ ମଧ୍ୟ ଠିକ ଭାବେ କଥା କହିପାରନ୍ତି ନାହିଁ । ତାକୁ ୧୪, ୧୫ ବର୍ଷ ବୟସ ହେବାବେଳେ ୨୦୧୦ ମସିହାରେ ବାରକୋଟ ପୋଲିସ ଦ୍ୱାରା ଉଦ୍ଧାର ହୋଇ ସେ ମଧ୍ୟ ଏହି ଆଦୃତ ଶିଶୁ ସୁରକ୍ଷା ସଦନ ବଲାଙ୍ଗୀର ୟୁନିଟ ରେ ରହିଥିଲା। ତାକୁ ୧୮ ବର୍ଷ ହେବା ପରେ ସେ ଏହି ସଂସ୍ଥା ରେ ଚାକିରୀ ପାଇଥିଲା। ଏବେ ଜୟରାମ ଓ ଅର୍ଚ୍ଚନାଙ୍କ ବିବାହ ହୋଇଛି । ସେମାନଙ୍କ ବିବାହ ବିନା ବେଦିରେ ଅତିଥି ମାନଙ୍କ ଉପସ୍ଥିତିରେ ସମ୍ମନ୍ନ ହୋଇଛି ।

ଏହି ଆଦର୍ଶ ବିବାହ ଉତ୍ସବରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀଙ୍କ ସମେତ ବହୁ ମାନ୍ୟ ଗଣ ବ୍ୟକ୍ତି ଓ ସାଧୁ ସନ୍ଥ ଉପସ୍ଥିତ ଥିଲେ । ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାପାଳ ଶ୍ରୀ ମହାନ୍ତି ପଚାଶ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ନବ ଦମ୍ପତିଙ୍କୁ ପ୍ରଦାନ କରିଥିଲେ ।

Get real time updates directly on you device, subscribe now.