fbpx

(Video) ହାର୍ ମାନିନାହାଁନ୍ତି ଦିବ୍ୟାଙ୍ଗ ମହିଳା: ହ୍ୱିଲଚେୟାରରେ କରୁଛନ୍ତି ଫୁଡ୍ ଡେଲିଭରି

କୁହାଯାଏ ଆତ୍ମବିଶ୍ୱାସ ଥିଲେ କୌଣସି କାମ ଅସମ୍ଭବ ନୁହେଁ । ଆତ୍ମବିଶ୍ୱାସ ଏବଂ ନିଜ ଉପରେ ବିଶ୍ୱାସ ଆପଣଙ୍କୁ କିଛି ବି ହାସଲ କରିବାରେ ସହାୟକ ହୋଇଥାଏ । ଚାହେ ସେ କାମକୁ ନେଇ ହେଉ କିମ୍ବା ନିଜ ଜୀବନର କୌଣସି ବଡ଼ ନିଷ୍ପତ୍ତି । ନିଜ ଉପରେ ଆତ୍ମବିଶ୍ୱାସ ଥିଲେ ଶାରୀରିକ ଅକ୍ଷମତା ମଧ୍ୟ ପଛରେ ପଡ଼ିଯାଏ । ଅତୀତରେ ଏମିତି ଅନେକ ଉଦାହରଣ ରହିଛି । ଯେତେବେଳେ ନିଜର ଇଚ୍ଛାଶକ୍ତି ଏବଂ ଆତ୍ମବିଶ୍ୱାସ ଆଗରେ ହାର୍ ମାନିଛି ଭିନ୍ନକ୍ଷମତା । ଏମିତିକି ଅନେକ ଲୋକ ଭିନ୍ନକ୍ଷମ ହୋଇମଧ୍ୟ ସୁଉଚ୍ଚ ପର୍ବତକୁ ଚଢ଼ିବାରେ ସକ୍ଷମ ହୋଇଛନ୍ତି ।

ଏବେ ଏଭଳି ଜଣେ ଭିନ୍ନକ୍ଷମ ମହିଳାଙ୍କ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଉ ଆପଣ ମଧ୍ୟ ସେହି ମହିଳାଙ୍କ କାହାଣୀ ଶୁଣିଲେ ପ୍ରଶଂସା ନକରି ରହିପାରିବେ ନାହଁ । ପ୍ରକୃତରେ ସ୍ୱିଗିର ଜଣେ ଦିବ୍ୟାଙ୍ଗ ଫୁଡ୍ ଡେଲିଭରି ମହିଳା ହ୍ୱିଲଚେୟାର ଦ୍ୱାରା, ଖାଦ୍ୟ ଲୋକଙ୍କ ଘରେ ପହଞ୍ଚାଉଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓକୁ ଦିଲ୍ଳୀ କମିଶନ ମହିଳା କମିଶନ ଟ୍ୱିଟରରେ ସେୟାର କରିବା ସହ କହିଛନ୍ତି ଯେ ‘ଜୀବନ କଠିନ.. କିନ୍ତୁ ଆମେ ହାର୍ ମାନିନାହୁଁ! ସଲାମ ଏହି ଆତ୍ମବିଶ୍ୱାସକୁ ।’

ସେୟାର ସେପଟେ ଏହି ଭିଡିଓକୁ ୨ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ଏବଂ ସେମାନଙ୍କର କମେଣ୍ଟ ରଖିଛନ୍ତି ଏବଂ ମହିଳାଙ୍କର ଏପରି ସାହସକୁ ଭୂରିଭୂରି ପ୍ରଶଂସା କରୁଛନ୍ତି । ସତରେ ଏହି ମହିଳାକଙ୍କ କାହାଣୀ ବାସ୍ତବିକ୍ ପ୍ରେରଣାଦାୟୀ । ଯେଉଁମାନେ ଚେଷ୍ଟା କରିବାକୁ ମଧ୍ୟ ପଛାଇଥାନ୍ତି । ଏହି ଭିଡିଓ ସେମାନଙ୍କୁ ନିଶ୍ଚୟ ପ୍ରେରଣା ଯୋଗାଇବ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.