fbpx

(Video) ଗାଧୁଆ ଘରୁ ଉଦ୍ଧାର ହେଲା ମହିଳାଙ୍କ ଝୁଲନ୍ତା ମୃତଦେହ: ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକ

ଭଦ୍ରକ: ଗାଧୁଆ ଘରୁ ଉଦ୍ଧାର ହେଲା ମହିଳାଙ୍କ ଝୁଲନ୍ତା ମୃତଦେହ । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଫାଣ୍ଡି ଅଧିନ ବଜରାପୁର ପଞ୍ଚାୟତ ବଜରାପୁର ଗ୍ରାମରେ । ଗ୍ରାମର ପଞ୍ଚାନନ ସାହୁଙ୍କ ପୁଅ ଦିଗମ୍ବର ସାହୁ ୨୦୧୭ ମସିହା ନଭେମ୍ବର ମାସରେ ମୋତୋ ଦକ୍ଷିଣ ସାହି ଗ୍ରାମରେ ମୁରଲୀଧର ସାହୁଙ୍କ ଝିଅ ମିତାଲତାଙ୍କୁ ବୈଧିକ ରିତିନିତିରେ ବିବାହ କରିଥିଲେ ।

ଉଭୟଙ୍କର ୪ବର୍ଷର ପୁଅଟିଏ ମଧ୍ୟ ଅଛି । ସ୍ୱାମୀ ଦିଗମ୍ବର ବିଦେଶରେ ଏକ ଘୋରାଇ କମ୍ପାନୀରେ କାମ କରନ୍ତି । କିନ୍ତୁ ଗତକାଲି ସକାଳେ ବାଡ଼ି ପଛପଟରେ ଥିବା ଗାଧୁଆ ଘରକୁ ଗାଧୋଇବା ପାଇଁ ଯାଇ ଏବଂ ସେଠାରେ ଆତ୍ମହତ୍ୟା କରିଥିଲେ । ଗାଧୁଆ ଘରୁ ବାହାରିବା ବିଳମ୍ବ ହେବାରୁ ଘରଲୋକ କବାଟ ଖୋଲି ଦେଖିବା ବେଳକୁ ମିତାଲତା ଏକ ଲୁଗା ସାହାଯ୍ୟରେ ଫାସି ଲଗାଇ ଜୀବନ ହାରିଦେଇଛନ୍ତି ।

ସେପଟେ ମାକୁ ନପାଇ ପୁଆ ଆଖିର ଲୁହ ସୁଖୁନାହିଁ । ଅନ୍ୟପଟେ ଯୌତୁକ ଓ ପାରିବାରିକ କଳହ ମିତାଲତାଙ୍କୁ ତାଙ୍କ ଶ୍ୱଶୁର, ଶାଶୁ ଦିଅର ଓ ଯା ମାରିଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ମୃତ ମିତାଲତାଙ୍କ ଭାଇ ଶରତ କୁମାର ସାହୁ । ତେବେ ଖବର ପାଇ ବାଂଶଡ଼ା ଥାନାଧିକାରୀ ଓ ପୋଲିସ ଟିମ୍ ଘଟଣା ସ୍ଥଳରେ ପହଁଞ୍ଚି ମୃତଦେହକୁ ଜବତ କରିବା ସହ ଶ୍ୱଶୁର ପଞ୍ଚାନନ ସାହୁଙ୍କୁ ଅଟକ ରଖିବା ସହ ଅଧିକ ଅନୁସନ୍ଧାନ କରୁଛି  । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.