fbpx

(ଭିଡ଼ିଓ)ପୁଣି ସାମ୍ନାକୁ ଆସିଲା ହିନ୍ଦୁ ଦେବତାଙ୍କୁ ଅପମାନର ଦୃଶ୍ୟ; ଗାଡି ପଛରେ ବନ୍ଧାହେଲେ ହନୁମାନ

ଭୁବନେଶ୍ୱର: ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ସମ୍ପର୍କ ବହୁ ପୁରୁଣା । ଏଭଳି କୌଣସି ଲୋକ ନାହାନ୍ତି ଯେଉଁମାନେ ଏହି ଅଲୌକିକ ଶକ୍ତିକୁ ବିଶ୍ୱାସ କରନ୍ତି । କିନ୍ତୁ ଭଗବାସଙ୍କ ସହିତ ଅସମ୍ମାନ କଥା ଏବେ ବହୁ ଦେଖିବାକୁ ମିଳୁଛି । ତେବେ ପୁଣି ଥରେ ଏହି ଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ପୁଣି ଠାକୁରଙ୍କୁ ଅସମ୍ମାନ ଦୃଶ୍ୟ ଦେଖିବାକୁ ମିଳିଛି । ବାଲ୍ ହନୁମାନଙ୍କ ମୂର୍ତ୍ତିକୁ ଗାଡ଼ି ପଛରେ ବାନ୍ଧି ନେଲେ ଜଣେ ଦୋଳି ମାଲିକ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ବଡ଼ବିଲ ନିକଟରେ।

ତେବେ ସୂଚାନମୂତାବକ ମଙ୍ଗଳବାର ପୂର୍ବାହ୍ନରେ ପାଟଣା ସାହାରପଡ଼ା ରାସ୍ତାରେ ମୟୂରଭଞ୍ଜ ଜିଲା କରଞ୍ଜିଆକୁ ଏକ ପିକ୍‌ଅପ୍ ଭ୍ୟାନ୍ ଯାଉଥିଲା। ଅନ୍ୟ ସାମଗ୍ରୀ ସହ ହନୁମାନ ମୂର୍ତ୍ତିକୁ ଉକ୍ତ ଗାଡ଼ି ପଛପାର୍ଶ୍ଵରେ ବାନ୍ଧି ନିଆଯାଉଥିଲା ।

ତେବି ଏହି ଘଟଣା ପ୍ରଥମ ନୁହେଁ କିଛିମାସ ତଳେ ଏକ ପିକ୍‌ଅପ୍ ଭ୍ୟାନ୍‌ରେ ଗଦା ହୋଇଥିବା ବାଉଁଶ, କାଠ ଓ କପଡ଼ା ଉପରେ ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତିକୁ ଲଦି ନିଆଯାଉଥିବାର ଏକ ଭିଡିଓସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ମହାପ୍ରଭୁଙ୍କୁ ଏଭଳି ଅସମ୍ମାନ କରି ନିଆଯିବାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପରେ ଏପରି ଭୁଲ୍ପା ଇଁ ଟେଣ୍ଟ ମାଲିକ କ୍ଷମା ପ୍ରାର୍ଥନା କରିଥିଲେ।

Get real time updates directly on you device, subscribe now.