fbpx

୪୦ ବର୍ଷରେ ପାଦ ଥାପିଲେ ବେବି ଡଲ୍ ସନ୍ନି ଲିଓନ୍

ମୁମ୍ବାଇ, ୧୩/୦୫ : ବଲିଉଡର ବେବି ଡଲ୍ ସନ୍ନି ଲିଓନି ଆଜି ତାଙ୍କର ୪୦ ତମ ଜନ୍ମଦିବସ ପାଳନ କରୁଛନ୍ତି । ହେଲେ ସନ୍ନିଙ୍କୁ ୪୦ ହୋଇଥିଲେ ସୁଦ୍ଧା ତାଙ୍କ ଫିଟ୍ ନେସ୍ ଏବଂ ସୁନ୍ଦରତା ଆଜି ବି ଫ୍ୟାନ୍ସ ମାନଙ୍କୁ ପାଗଳ କରୁଛି । ତାଙ୍କର ପ୍ରକୃତ ନାଁ ହେଉଛି କରନଜୀତ କୌର ବୋହରା । ସେ ବିଗ୍ ବସ୍ ରୁ ଡେବ୍ୟୁ କରିଥିଲେ । ଆଉ ଏହାପରେ ସେ ମେନଷ୍ଟ୍ରିମ୍ ଇଣ୍ଡଷ୍ଟ୍ରୀକୁ ଏଣ୍ଟ୍ରି କରିଥିଲେ । ସେ ବଲିଉଡ୍ ରେ ଏପରି କିଛି ଫିଲ୍ମ କରିଥିଲେ ଯାହା ତାଙ୍କୁ ଇଣ୍ଡଷ୍ଟ୍ରୀରେ ଫେମସ୍ କରିଥିଲା । ଚାଲନ୍ତୁ ଜାଣିବା ତାଙ୍କର ପାଞ୍ଚଟି ବେଷ୍ଟ ଫିଲ୍ମ ବିଷୟରେ ।

ଜିସ୍ମ-୨
ସନ୍ନି ଲିଓନ୍ ୨୦୧୨ରେ ରିଲିଜ୍ ହୋଇଥିବା “ଜିସ୍ମ-୨”ରେ ଡେବ୍ୟୁ କରିଥିଲେ । ଫିଲ୍ମଟି ୨୦୦୩ରେ ରିଲିଜ୍ ହୋଇଥିବା ‘ଜିସ୍ମ’ର ସିକ୍ୱେଲ୍ । ଏଥିରେ ସେ ରଣଦୀପ ହୂଡ୍ଡା ଏବଂ ଅରୁଣୋଦୟ ସିଂଙ୍କ ସହ ନଜର ଆସିଥିଲେ । ଫିଲ୍ମର କିଛି ବୋଲ୍ଡ ସିନ୍ ଦ୍ୱାରା ସେ ଫ୍ୟାନ୍ସ ମାନଙ୍କୁ ପାଗଳ କରି ଦେଇଥିଲେ ।

 

ରାଗିନୀ ଏମଏମଏସ୍-୨
୨୦୧୪ ରେ ପରଦାକୁ ଆସିଥିବା ହରର୍ ଫିଲ୍ମ ରାଗିନୀ ଏମଏମଏସ୍-୨ରେ ସେ ନଜର ଆସିଥିଲେ । ସେଥିରେ ସନ୍ନିଙ୍କ ବୋଲ୍ଡ ଅବତାର ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ପରେ ସେ ବଲିଉଡ୍ ର ବେବି ଡଲ୍ ହୋଇଯାଇଥିଲେ । ଫିଲ୍ମର ସଙ୍ଗ “ବେବି ଡଲ୍’ ଖୁବ୍ ଲୋକପ୍ରିୟ ହୋଇଥିଲା ।

 

ଏକ ପହେଲୀ ଲୀଲା
୨୦୧୫ରେ ସ୍କ୍ରିନ୍ ଉପରକୁ ଆସିଥିବା ଏହି ଫିଲ୍ମର କାହାଣୀ ପୁର୍ନଜନ୍ମ ଉପରେ ଆଧାରିତ ଥିଲା । ଏଥିରେ ସନ୍ନି ଲିଓନି ମୁଖ୍ୟ ଭୁମିକାରେ ନଜର ଆସିଥିଲେ । ଫିଲ୍ମରେ ତାଙ୍କ ହଟ୍ ଡ୍ୟାନ୍ସ ଏବଂ ସିଜଲିଙ୍ଗ୍ ଅନ୍ଦାଜ୍ ଫ୍ୟାାନ୍ସଙ୍କୁ ପାଗଳ କରିଥିଲା । ଏହି ଫିଲ୍ମରେ ତାଙ୍କ ସ୍କ୍ରିନ୍ ସେୟାର କରିଥିଲେ ଜୟ ଭାନୁଶାଲୀ, ରଜନୀଶ ଦୁଗଲ୍, ରାହୁଲ ଦେବଙ୍କ ସମତେ ଅନେକ ନାମୀଦାମୀ ଅଭିନେତା ।

 

ମସ୍ତିଜାଦେ
ଏହି ଫିଲ୍ମରେ ସନ୍ନି ଡବଲ୍ ରୋଲ୍ ରେ ନଜର ଆସିଥିଲେ । ଏହା ଏକ ଆଡଲ୍ଟ କେମଡି ଫିଲ୍ମ ଥିଲା । ଏହା ୨୦୧୬ରେ ରିଲିଜ୍ ହୋଇଥିଲା । ଭିନ୍ନ ଭିନ୍ନ ଅନ୍ଦାଜ୍ ରେ ଫ୍ୟାନ୍ସ ମାନଙ୍କ ମନ କିଣିଥିଲେ ଏହି ଫିଲ୍ମରେ ।

 

ୱାନ୍ ନାଇଟ୍ ଷ୍ଟାଣ୍ଡ
୨୦୧୬ରେ ପରଦାକୁ ଆସିଥିଲେ ସନ୍ନିଙ୍କ ଆଉ ଏକ ଫିଲ୍ମ ୱାନ୍ ନାଇଟ୍ ଷ୍ଟାଣ୍ଡ । ଏହି ଫିଲ୍ମରେ ସନ୍ନିଙ୍କ ସହ ନଜର ଆସିଥିଲେ ତନୁଜ ବୀରୱାନୀ । ଏହି ଫିଲ୍ମର କାହାଣୀ ହେଉଛି ସନ୍ନି, ତନୁଜ ସହ ଗୋଟିଏ ରାତି ବିତାଇଛନ୍ତି । ଏହି ଫିଲ୍ମର ରୋମାଣ୍ଟିକ୍ ସିନ୍ ଖୁବ୍ ଲୋକପ୍ରିୟ ହୋଇଥିଲା ।

Get real time updates directly on you device, subscribe now.