fbpx

(Video) ବିଦେଶରେ ବି ପାଳନ ହେଉଛି ‘ହର ଘର ତିରଙ୍ଗା’, Flash Dance ରେ ଝୁମିଲେ ଦୁବାଇବାସୀ

ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ ତମ ପୂର୍ତ୍ତି ଅବସରରେ ‘ଆଜାଦୀ କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଅନୂଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଭାରତରେ ‘ହର ଘର ତିରଙ୍ଗା’ ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହି ଅଭିଯାନରେ ଦେଶର କୋଣ ଅନୁକୋଣରେ ତିରଙ୍ଗା ରାଲି ତଥା ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି ।

ଖାଲି ଭାରତ ନୁହେଁ ବିଦେଶରେ ମଧ୍ୟ ଭାରତ ସ୍ୱାଧୀନତା ଦିବସର ଉତ୍ସାହ ଦେଖିବାକୁ ମିଳିଛି । ଏଭଳି ଏକ ନଜରା ଦେଖିବାକୁ ମିଳିଛି ଦୁବାଇର ଏକ ମଲ୍ ରେ, ଯେଉଁଠାରେ ସ୍ୱାଧୀନତାର ଏହି ପର୍ବକୁ ସ୍ମରଣୀୟ କରିବା ପାଇଁ ଏକ ଖାସ୍ ଉପାୟ ଆପଣାଇଛନ୍ତି କିଛି ଭାରତୀୟ ଯୁବଗୋଷ୍ଠୀ ।

ଦୁବାଇର ଏକ ମଲ୍ ରେ ଫ୍ଲାସ ଡାନ୍ସର ଆୟୋଜନ କରାଯାଇଥିଲା, ଯେଉଁଥିରେ ଅନେକ ଲୋକ ଭାଗ ନେଇଥିଲେ । ଭାରତୀୟ ଜାତୀୟ ପତାକା ରଙ୍ଗର ବସ୍ତ୍ର ପିନ୍ଧି, ଦେଶଭକ୍ତି ଗୀତରେ ଲୋକମାନେ ନୃତ୍ୟ କରୁଥିଲେ । ଏହି ସମୟରେ ସେଠାରେ ସପିଂ କରୁଥିବା ଗ୍ରାହକଙ୍କ ଭିଡ଼ ହୋଇଥିଲା । ଖାଲି ସେତିକି ନୁହେଁ ଭିଡ଼ ତାଳିମାରି ଡାନ୍ସ କରୁଥିବା ଲୋକଙ୍କ ଉତ୍ସାହ ମଧ୍ୟ ବଢ଼ାଇଥିଲେ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.