fbpx

ହର୍ ଘର ତ୍ରିରଙ୍ଗା ଅଭିଯାନ: ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କଲେ ଏସ୍‌ଏଚ୍‌ଜି ଗ୍ରୁପ୍

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିର ଗୌରବମୟ ଅବସରରେ ସାରା ଦେଶରେ ହର୍ ଘର ତ୍ରିରଙ୍ଗା ଅଭିଯାନ ଜୋରଦାର ହେବାରେ ଲାଗିଥିବାବେଳେ ଆମ ରାଜ୍ୟର ମିଶନ ଶକ୍ତି ମା’ମାନେ ୩୦ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରି ବେଶ୍ ପ୍ରଶଂସନୀୟ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଏହି ଗୁରୁ ଦାୟିତ୍ୱ ଅର୍ପଣ କରିବା ସହ ଅନୁଦାନ ଯୋଗାଇ ଦେଇଥିଲେ। ସିଲାଇ କାର୍ଯ୍ୟରେ ସଂପୃକ୍ତ ମିଶନ ଶକ୍ତି ସ୍ୱୟଂ ସହାୟକ ଏବଂ ଉତ୍ପାଦକ ଗୋଷ୍ଠୀର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ହାତ ତିଆରି ଜାତୀୟ ପତାକା ପ୍ରଦାନ କରିବା ସହ ମୁଖ୍ୟମନ୍ତ୍ରୀ ସେମାନଙ୍କ ଉପରେ ଭରସା କରି ଏହି ବିଶାଳ ଦାୟିତ୍ୱ ପ୍ରଦାନ କରିଥିବାରୁ କୃତଜ୍ଞତା ପ୍ରଦାନ କରିଥିଲେ।

ସ୍ୱାଧୀନତା ଦିବସରେ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ଅନୁଷ୍ଠାନ ଓ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକରେ ଜାତୀୟ ପତାକା ଉଡ଼ିବ । କିନ୍ତୁ ମିଶନ ଶକ୍ତି ସଦସ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଏବଂ ଯୋଗାଇ ଦିଆଯାଇଥିବା ଜାତୀୟ ପତାକା ସଂପୂର୍ଣ୍ଣ ସ୍ୱତନ୍ତ୍ର । କାରଣ ଏଥିରେ ସେମାନଙ୍କର ନିଷ୍ଠା, ଆନ୍ତରିକତା ଓ ଶ୍ରଦ୍ଧା ଭରି ରହିଥିବା ସେମାନେ କହିଥିଲେ । ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ମହିଳା ସଶକ୍ତିକରଣ ଆଜି ଏକ ବିରାଟ ଆନ୍ଦୋଳନରେ ପରିଣତ ହୋଇଛି । ଗ୍ରାମ ଓ ସହର ଗୁଡ଼ିକରେ ୬ଲକ୍ଷରୁ ଊଦ୍ଧ୍ୱର୍ ଗୋଷ୍ଠୀ ସଂଗଠିତ ହୋଇଛନ୍ତି । ରାଜ୍ୟର ୨୨ଟି ଜିଲ୍ଲାର ୫୦୦ ସ୍ୱୟଂ ସହାୟକ ଗୋଷ୍ଠୀର ୧୦ହଜାରରୁ ଊଦ୍ଧ୍ୱର୍ସ ଦସ୍ୟା ପତାକା ସିଲାଇ କାର୍ଯ୍ୟକ୍ରମରେ ନିୟୋଜିତ ହୋଇଥିଲେ ।

Get real time updates directly on you device, subscribe now.