fbpx

ପାରାଲିମ୍ପିକ୍ସରେ ଭାରତକୁ ୧୩ ପଦକ; ଆର୍ଚେରୀରେ ହରବିନ୍ଦରଙ୍କୁ ବ୍ରୋଞ୍ଜ

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଆଥଲେଟଙ୍କ ବଢିଆ ପ୍ରଦର୍ଶନ ଜାରି ରହିଛି । ଭାରତୀୟ ଖେଳାଳି ମାନେ ଶୁକ୍ରବାର ସୁଦ୍ଧା ୧୩ଟି ପଦକ ଜିତିକ ସାରିଥିବା ବେଳେ ପାରା ଆର୍ଚେରୀରେ ପ୍ରଥମ ପଦକ ହାସଲ କରିଛି ଭାରତ । ଭାରତ ପକ୍ଷରୁ ବ୍ୟକ୍ତିଗତ ରିକର୍ଭରେ ହରବିନ୍ଦର ସିଂ ବ୍ରୋଞ୍ଜ ପଦକ ହାସଲ କରିବା ସହିତ ଆର୍ଚେରୀରେ ଭାରତର ପଦକ ଖାତା ଖୋଲିଛନ୍ତି । ଏହାକୁ ମିଶାଇ ଭାରତ ଦୁଇଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୫ଟି ବ୍ରୋଞ୍ଜ ପଦକ ସହିତ ସମୁଦାୟ ୧୩ଟି ପଦକ ହାସଲ କରିଛି । ପଦକ ତାଲିକାରେ ଭାରତ ୩୭ ତମ ସ୍ଥାନରେ ରହିଛି ।

ଶୁକ୍ରବାର ଅନୁଷ୍ଠିତ ବ୍ରୋଞ୍ଜ ପଦକ ମୁକାବିଲାରେ କୋରିଆର କିମ ମିନ ସୁଙ୍କୁ ପରାସ୍ତ କରିଥିଲେ । ହରବିନ୍ଦର ଏବଂ କିମଙ୍କ ମଧ୍ୟରେ ଶୁଟ ଅଫ ହୋଇଥିବା ବେଳେ ହରବିନ୍ଦର ବାଜି ମାରି ନେଇଥିଲେ । ହରବିନ୍ଦରଙ୍କ ପଦକକୁ ମିଶାଇ ଶୁକ୍ରବାର ଭାରତ ୩ ପଦକ ହାସଲ କରିଛି । ପୂର୍ବରୁ ହାଇ ଜମ୍ପର ପ୍ରବୀଣ କୁମାର ଏବଂ ଶୁଟର ଅବନୀ ଲେଖାରା ଗୋଟିଏ ଲେଖାଏଁ ପଦକ ହାସଲ କରିଥିଲେ ।

Get real time updates directly on you device, subscribe now.