fbpx

‘ଘରେ ପଶି ମାରିବି’- ସିନ୍ଧୁଙ୍କ ସମ୍ପର୍କୀୟଙ୍କ ଏଭଳି ଭାଷଣ ଏବେ ଭାଇରାଲ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ପଞ୍ଜାବ ନିର୍ବାଚନର ତାରିଖ ପାଖେଇ ଆସୁଥିବା ବେଳେ ରାଜନୀତି ତୀବ୍ର ହେବାରେ ଲାଗିଛି । ବିଧାନସଭା ନିର୍ବାଚନ ପୁର୍ବରୁ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିନ୍ଧୁଙ୍କ ପ୍ରମୁଖ ସହଯୋଗୀ ତଥା ଅବସରପ୍ରାପ୍ତ ଅପସରପ୍ରାପ୍ତ ଡିଜିପି ମହମ୍ମଦ ମୁସ୍ତାଫାଙ୍କ ନିଜ ଭାଷଣରେ ଅଭଦ୍ର ଭାଷାର ପ୍ରୟୋଗ କରିଛନ୍ତି, ଯାହା ପରେ ଉତ୍ତେଜନା ଆରମ୍ଭ ହୋଇଛି । ପୂର୍ବ ଡିଜିପିଙ୍କ ଏଭଳି ଭାଷଣ ଯୋଗୁଁ ଦେଶର ସର୍ବ ପୁରାତନ ଦଳକୁ ଲଜ୍ଜିତ ହେବାକୁ ପଡିଛି ।

ତେବେ ଏଡି ଭିଡିଓରେ ପୁର୍ବତନ ଡିଜିପି ମହମ୍ମଦ ମୁସ୍ତାଫା ନିଜ ପତ୍ନୀ ଓ ମଲେରକୋଟଲାରୁ କଂଗ୍ରେସ ପ୍ରାର୍ଥୀ ଓ କ୍ୟାବିନେଟ୍ ମନ୍ତ୍ରୀ ରଜିଆ ସୁଲତାନାଙ୍କ ପାଇଁ ପ୍ରଚାର କରୁଥିଲେ । ଏହି ସମୟରେ ସେ ଉତ୍ତେଜନାମୂଳକ ଭାଷଣ ଦେଇଥିଲେ ଓ ନିଜ ଭାଷଣରେ ଅଭଦ୍ର ଭାଷାର ପ୍ରୟୋଗ କରିଥିଲେ । ମୋହମ୍ମଦ ମୁସ୍ତାଫା ୨୦ ଜାନୁଆରୀରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରୁଥିଲେ । ସେ କହିଥିଲେ ଯେ, ‘ଯଦି ତାଙ୍କ କାର୍ଯ୍ୟକ୍ରମ ନିକଟରେ କୌଣସି ଅନ୍ୟ କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଏ, ତେବେ ଭୟଙ୍କର ପରିଣାମ ଭୋଗିବାକୁ ପଡିବ । ମୁଁ ସେମାନଙ୍କ ମଧ୍ୟରୁ କାହାକୁ ଉପସ୍ଥିତ ହେବାକୁ ଦେବିନି । ମୁଁ ଜଣେ ସୈନିକ । ମୁଁ ଆରଏସଏସର ଏଜେଣ୍ଟ ନୁହେଁ, ଯିଏ ଡରରେ ଘରେ ପଶିଯିବ । ଯଦି ଏପରି ଆଉଥରେ ଘଟେ, ତେବେ ଘରେ ପଶି ମାରିବି ।’

Get real time updates directly on you device, subscribe now.