fbpx

ମାନସିକ ଚାପ ଦୂର କରିବା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ: ଅଯଥା ଚିନ୍ତାରୁ ମିଳିବ ମୁକ୍ତି

ଓଡିଶା ଭାସ୍କର: ଆଜିକାଲିର ବିଭିନ୍ନ ସମସ୍ୟା ମଣିଷର ମାନସିକ ଚାପ ବଢାଇ ଦେଇଛି । ଚୋଟ ପିଲାଠୁ ବଢଦ୍ଧ ପର୍ଯ୍ୟନ୍ତ ସମସ୍ତେ ମାନସିକ ଚାପଗ୍ରସ୍ତ ହୋଇ ରହୁଛନ୍ତି । ଏପରିକି ବିଭିନ୍ନ ସମୟରେ କିଛି ଭୁଲ ନିଷ୍ପତ୍ତି ନେଇ ଯାଉଛନ୍ତି କିଛି ଯୁବଗୋଷ୍ଠୀ । ତେବେ ଏହି ମାନସିକ ଚାପକୁ କମ କରିବା ପାଇଁ କେହି ଚେଷ୍ଟା କରି ନାହାନ୍ତି । ଏହି ଚାପରୁ ମୁକ୍ତି ପାଇବା ପାଇଁ ସବୁଠାରୁ ସହଜ ଉପାୟ ହେଉଛି ଖାଦ୍ୟପେୟ ଠିକ ରଖିବା । ଆସନ୍ତୁ ଜାଣିବା ଏମିତି କିଛି ଖାଦ୍ୟ ଯାହାକୁ ଖାଇେ ଆମର ମନ ଶାନ୍ତ ରହେ ଏବଂ ଆମେ ମାନସିକ ଚାପରୁ ମୁକ୍ତି ପାଇଥାଉ ।

କନ୍ଦମୂଳ: ମାନସିକ ଚାପର ସବୁଠାରୁ ବଡ କାରଣ କର୍ଟିସଲ ହରମୋନ ହୋଇଥାଏ । ମିଠା ଆଳୁ କିମ୍ବା କନ୍ଦମୂଳ ଖାଇଲେ ଏହି ହରମୋନ ନିଃସରଣର ପରିମାଣ କମ କରି ମନ ଶାନ୍ତ ରହିଥାଏ ।

ଅଣ୍ଡା: ଅଣ୍ଡାରେ ବିଭିନ୍ନ ପ୍ରକାରର ପୁଷ୍ଟକର ତତ୍ତ୍ୱ ରହିଛି । ଏହାସହିତ ଏଥିରେ ଥିବା କୋଲାଇନ ମଣିଷର ମସ୍ତିସ୍କକୁ ସୁସ୍ଥ ରଖିବା ସହିତ ମାନସିକ ଚାପରୁ ଦୂରେଇ ରଖେ ।

କାବୁଲି ଚଣା: ସାଧାରଣତଃ ଏହା ଖାଇବାକୁ ସେତେ ସ୍ୱାଦିଷ୍ଟ ହୋଇନଥାଏ । କିନ୍ତୁ ଏଥିରେ ଥିବା ଏଲ ଟ୍ରିପଟୋଫନ ନାମକ ଉପାଦାନ ମସ୍ତିସ୍କକୁ ଥଣ୍ଡା ରଖିବାରେ ସହାୟକ ହୋଇଥାଏ । ମସ୍ତିସ୍କ ପାଇଁ ବେଶ ଉପଯୋଗୀ ହୋଇଥାଏ ଏହି କାବୁଲ ଚଣା ।

ସାମୁଦ୍ରିକ ମାଛ: ସ୍ୟାମନ କିମ୍ବା ଏହି ପ୍ରଜାତିର କିଛି ସାମୁଦ୍ରିକ ମାଛରେ ଓମେଗା-୩ ଫ୍ୟାଟି ଏସିଡ ଏବଂ ଭିଟାମିନ ଡି ପ୍ରଚୁର ପରିମାଣରେ ରହିଥାଏ । ଏସବୁ ମଣିଷର ବ୍ରେନକୁ ମାନସିକ ଚାପମୁକ୍ତ କରିଥାଏ ।

ବ୍ରକୋଲି: ଏହା ଏମିତି ଏକ ପରିବା, ଯାହା ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ଦେଇଥାଏ । ଏହାର ସଲଫୋରାଫେନ ନାମକ ଉପାଦାନ ଅବସାଦ ନିୟନ୍ତ୍ରଣ ତଥା ମନ ଶାନ୍ତ ରଖିବାରେ ବିଶେଷ ସାହାଯ୍ୟ କରିଥାଏ । ଯାହାଦ୍ୱାରା ମନ ଶାନ୍ତ ରହେ ଏବଂ ମଣିଷ ମାନସିକ ଚାପରୁ ସାମାନ୍ୟ ହାଲକା ଅନୁଭବ କରିଥାଏ ।

Get real time updates directly on you device, subscribe now.