fbpx

HDFC Bankର ଗ୍ରାହକଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବଦଳିଯିବ ଏହି ନିୟମ

ନୂଆଦିଲ୍ଲୀ: ପ୍ରାଇଭେଟ ସେକ୍ଟରର ଏଚଡିଏଫସି ବ୍ୟାଙ୍କରେ ଆକାଉଣ୍ଟ ଥିବା କୋଟି କୋଟି ଗ୍ରାହକଙ୍କ ପାଇଁ ଆସିଛି ବଡ଼ ଅପଡେଟ । ଯଦି ଆପଣଙ୍କ ଆକାଉଣ୍ଟ ମଧ୍ୟ ଏହି ବ୍ୟାଙ୍କରେ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ୧ ଜାନୁଆରୀ ୨୦୨୩ ରୁ ବ୍ୟାଙ୍କ ଏକ ବଡ ପରିବର୍ତ୍ତନ କରିବାକୁ ଯାଉଛି । ଏହି ପରିବର୍ତ୍ତନ ବିଷୟରେ ବ୍ୟାଙ୍କ ମେସେଜ୍ କରି ସୂଚନା ଦେଇଛି ।

ଜାନୁୟାରୀ ୧ ରୁ ବଡ ପରିବର୍ତ୍ତନ :-
ଏଚଡିଏଫସି ବ୍ୟାଙ୍କ ଗ୍ରାହକଙ୍କୁ କହିଛି କି, କ୍ରେଡିଟ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଏହି ପରିବର୍ତ୍ତନ ନୂଆବର୍ଷରୁ ଲାଗୁ ହେବ । କ୍ରେଡିଟ କାର୍ଡରୁ ଆୱାର୍ଡ ପଏଣ୍ଟ ଓ ଫିସ୍ ଷ୍ଟ୍ରକ୍ଚରକୁ ପରିବର୍ତ୍ତନ କରିବାକୁ ବ୍ୟାଙ୍କ ନିଷ୍ପତ୍ତି ନେଇଛି ।

ବ୍ୟାଙ୍କ ନିଜ ଅଫିସିଆଲ ୱେବସାଇଟରେ ଏହି ପରିବର୍ତ୍ତନ ବିଷୟରେ ସୂଚନା ଦେଇଛି । ବ୍ୟାଙ୍କ ୬ ପଏଣ୍ଟରେ ଏହି ବିଷୟରେ ସୂଚନା ଦେଇଛି । ଅନେକ ପ୍ରକାରର ଦେୟ କାରବାର ଉପରେ ଶୁଳ୍କ ଲାଗୁ କରିବାକୁ ବ୍ୟାଙ୍କ ପ୍ରସ୍ତୁତ ହେଉଛି ।

ଗ୍ରୋସରୀ କାରବାର ଉପରେ ଆୱାର୍ଡ ପଏଣ୍ଟ ପ୍ରତି କ୍ୟାଲେଣ୍ଡର ମାସ ପର୍ଯ୍ୟନ୍ତ ସୀମିତ ରହିବ ବୋଲି ବ୍ୟାଙ୍କ କହିଛି । ଏହା ବ୍ୟତୀତ ବିଭିନ୍ନ କାର୍ଡର ଆଡ୍ୱାର୍ଡ ସିଷ୍ଟମ ମଧ୍ୟ ଅଲଗା ହେବ । ଆପଣ ଏହି ଆୱାର୍ଡ ପଏଣ୍ଟ ମାଧ୍ୟମରେ ରେଣ୍ଟର ପେମେଣ୍ଟ, ଫ୍ଲାଇଟ୍ ଓ ହୋଟେଲର ବୁକିଂରେ ଫାଇଦା ଉଠାଇପାରିବେ ।

ଅନେକ ପରିବର୍ତ୍ତନ ହେବ-
-ଏହା ବ୍ୟତୀତ ରେଣ୍ଟ ପେମେଣ୍ଟ ଉପରେ କୌଣସି ଆୱାର୍ଡ ପଏଣ୍ଟ ହେବନାହିଁ ।
– ସରକାରୀ କାରବାର ଉପରେ କିଛି ନିର୍ଦ୍ଦିଷ୍ଟ କାର୍ଡରେ ଆୱାର୍ଡ ପଏଣ୍ଟ ଉପଲବ୍ଧ ହେବ ।
-ଶିକ୍ଷା ସମ୍ବନ୍ଧୀୟ କାରବାର ଉପରେ ଆୱାର୍ଡ ପଏଣ୍ଟ ସୀମିତ ରହିଛି ।
-ତନିସ୍କ ଭାଉଚର ଉପରେ ଆୱାର୍ଡ ପଏଣ୍ଟ ଇନଫିନିଆ କାର୍ଡରେ ୫୦,୦୦୦ ମଧ୍ୟରେ ସୀମିତ ରହିବ ।

Get real time updates directly on you device, subscribe now.