ତରଭୁଜ କିଡନୀ ପାଇଁ ଲାଭଦାୟକ ନା କ୍ଷତିକାରକ; କଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ?

ଭିଟାମିନ୍ C ମଧ୍ୟ ରହିଛି। ଯାହା ଚର୍ମ ପାଇଁ ଲାଭକାରୀ

ଚାଲିଛି ଗ୍ରୀଷ୍ମ ଋତୁ। ଏହି ସମୟରେ ଲୋକମାନେ ଅଧିକ ପରିମାଣରେ ତରଭୁଜ ଖାଇଥାଆନ୍ତି। ତରଭୁଜ ଶରୀରରେ ପାଣିର ଅଭାବକୁ ପୂରଣ କରିଥାଏ। ତେବେ ଏଠି ପ୍ରଶ୍ନ ଉଠୁଛି ତରଭୁଜ କିଡନୀ ପାଇଁ ଲାଭକାରୀ ନା କ୍ଷତିକାରଣ। ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ କଣ କରୁଛନ୍ତି? ଦିଲ୍ଲୀ ଜିଟିବି ହସ୍ପିଟାଲର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅନାମିକା ଗୌର କହୁଛନ୍ତି, ସଠିକ୍ ପରିମାଣରେ ତରଭୁଜ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭକାରୀ।

ସେ ଆହୁରି କହିଛନ୍ତି, ତରଭୁଜ ଖାଇବା କିଡନୀକୁ କୌଣସି କ୍ଷତି କରେନାହିଁ। ବରଂ ଏହା ଲାଭକାରୀ ହୋଇପାରେ। ତରଭୁଜରେ ପାଣିର ପରିମାଣ ବହୁତ ଅଧିକ ଥାଏ। ଏଥିରେ ଅନେକ ଆବଶ୍ୟକ ପୋଷକତତ୍ତ୍ୱ ରହିଛି। ଏହା କିଡନୀ ପାଇଁ ଉପକାରୀ। ତରଭୁଜରେ ପ୍ରାୟ ୯୦ ପ୍ରତିଶତ ପାଣି ରହିଛି। ତେଣୁ ଏହା କିଡନୀକୁ ହାଇଡ୍ରେସନ୍ ଦେଇଥାଏ। ଏଥିରେ ଭିଟାମିନ୍ C ମଧ୍ୟ ରହିଛି। ଯାହା ଚର୍ମ ପାଇଁ ଲାଭକାରୀ। ତରଭୁଜରେ ପୋଟାସିଅମ୍ ମଧ୍ୟ ଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ଉପକାରୀ।

କିଡନୀ ରୋଗୀମାନେ ତରଭୁଜ ଖାଇପାରିବେ କି?

ଡାକ୍ତର ଗୌର କହୁଛନ୍ତି, ତରଭୁଜରେ ପ୍ରବଳ ପାଣି ରହିଛି।ଏହାଛଡ଼ା ଏଥିରେ ଆମିନୋ ଏସିଡ ରହିଛି। ଯାହା କିଡନୀ ପାଇଁ ଉପକାରୀ। ଏହା କିଡନୀ ଉପରେ ପ୍ରଭାବକୁ କମାଇଥାଏ। ତରଭୁଜରେ ଥିବା ଆମିନୋ ଏସିଡ କିଡନୀ ଷ୍ଟୋନ୍ କରିବାକୁ ଦିଏନାହିଁ। ଏହିପରି ସ୍ଥିତିରେ କିଡନୀ ରୋଗୀମାନେ ଡାକ୍ତରଙ୍କ ପରାମର୍ଶରେ ସୀମିତ ପରିମାଣରେ ତରଭୁଜ ଖାଇପାରିବେ। ହେଲେ ଯେମାନଙ୍କର କିଡନୀର ଗୁରୁତର ସମସ୍ୟା ରହିଛି, ସେମାନେ ଡାକ୍ତରଙ୍କ ପରାମର୍ଶରେ ତରଭୁଜ ଖାଇବା ଉଚିତ।
ତରଭୁଜ କିଡନୀକୁ କ୍ଲିନ୍ କରେ କି?

ଡାକ୍ତର ଅନାମିକା କହୁଛନ୍ତି, ତରଭୁଜରେ ପାଣି ଥାଏ। କିନ୍ତୁ ଏହା କିଡନୀକୁ ଡିଟକ୍ସ କରେ ନାହିଁ। କିଡନୀ ନିଜେ ନିଜକୁ ସଫା କରିଥାଏ। ହଁ, ତରଭୁଜ ଶରୀରକୁ ହାଇଡ୍ରେସନ୍