fbpx

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ, ଆପୋଲରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ, ଆପୋଲରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ। ଆଜି ମନ୍ତ୍ରୀ ନବ ଦାସ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସମୟରେ ତାଙ୍କର ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମୀ ଗୋପାଳ ଦାସ ତାଙ୍କୁ ଗୁଳିମାଡ଼ କରିଥିଲେ। ଏଥିରେ ନବ ଦାସ ଗୁରୁତ୍ତର ହୋଇ ପ୍ରଥମେ ଜିଲ୍ଲା ମେଡିକାଲ ପରେ ଏୟାର ଲିପ୍ଟ ହୋଇ ଆସି ଭୁବନେଶ୍ୱର ଆପୋଲୋ ହସପିଟାଲରେ ଚିକିତ୍ସିତ ହେଉଥିଲେ। ଆପରାହ୍ନରେ ନବ ଦାସ ଆପୋଲୋ ହସ୍ପିଟାଲରେ ପହଂଚିବା ପରେ ତାଙ୍କର ଅପରେସନ ହୋଇଥିଲା। ତେବେ କିଛି ସମୟ ପୂର୍ବରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଆଇସିୟୁ’କୁ ନିଆଯାଇଥିଲା। କିନ୍ତୁ ଏବେ ଖବର ଆସୁଛି ଯେ, ସେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ତ୍ୟାଗ କରିଛନ୍ତି।

ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ଗ୍ରୀନ କରିଡର କରାଯାଇ ତାଙ୍କୁ ଆପୋଲୋ ହସପିଟାଲକୁ ଅଣାଯାଇଥିଲା। ଏହି ସମୟରେ ତାଙ୍କ ଚିକିତ୍ସାର ତଦାରଖ କରିବା ପାଇଁ ଆପୋଲୋ ହସପିଟାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ। ତବେ ୫ ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ମନ୍ତ୍ରୀଙ୍କ ଚିକିତ୍ସା କରୁଥିଲେ। ନବ ଦାସଙ୍କୁ ଦେଖିବା ପାଇଁ ଏହି ସମୟରେ ଆପଲୋ ହସପିଟାଲରେ ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ସୁଶାନ୍ତ ସିଂହ ଓ ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ବହୁ ବିଜେଡି ନେତା ପହଂଚିଥିଲେ। ସେହିପରି ସଂନ୍ଧ୍ୟାରେ ରାଜ୍ୟପାଳ ପ୍ରଫେଶର ଗଣେଶି ଲାଲ୍ ମଧ୍ୟ ଭୁବନେଶ୍ୱରର ଆପୋଲ ହସ୍ପିଟାଲରେ ପହଂଚିଥିଲେ।

Get real time updates directly on you device, subscribe now.