fbpx

ଆପଣଙ୍କୁ ଆବଶ୍ୟକତା ଠାରୁ ଅଧିକ ଥଣ୍ଡା ଲାଗୁଥିଲେ ହୋଇଯାଆନ୍ତୁ ସତର୍କ; ଦେଇଥାଏ ଏହିସବୁ ରୋଗର ସଂକେତ

ବର୍ତ୍ତମାନ ଶୀତଋତୁ ଚାଲିଥିବାବେଳେ ଥଣ୍ଡା ଲାଗିବା କେ ସାଧାରମ କଥା । କାରଣ ହେି ସମୟରେ ବାୟୁମଣ୍ଡଳର ତାପମାତ୍ରା ହ୍ରାସ ପାଇଥାଏ । ଫଳରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଥଣ୍ଡା ଲାଗେ । କିନ୍ତୁ ଏପରି ବି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କୁ ଆବଶ୍ୟକତା ଠାରୁ ଅଧିକ ଥଣ୍ଡା ଅନୁଭବ ହୋଇଥାଏ । ତେବେ ଆପଣଙ୍କୁ ଏପରି ଥଣ୍ଡା ଅନୁଭବ ହେଉଥିଲେ ଏହାକୁ କେବେ ବି ଅଣଦେଖା କରନ୍ତୁ ନାହିଁ । କାରଣ ଆବଶ୍ୟକତା ଠାରୁ ଅଧିକ ଥଣ୍ଡା ଲାଗିବା କିଛି ରୋଗର ସଂକେତ ଦେଇଥାଏ । ଯାହାକି ପରବର୍ତ୍ତି ସମୟରେ ଆପଣଙ୍କୁ ଅସୁବିଧାରେ ପକାଇପାରେ । ବର୍ତ୍ତମାନ ଆସନ୍ତୁ ଜାଣିବା ଆବଶ୍ୟକତା ଠାରୁ ଅଧିକ ଥଣ୍ଡା ଲାଗିବା କେଉଁ ରୋଗର ସଂକେତ ଦେଇଥାଏ ।

ଏହିସବୁ ସମସ୍ୟା ପାଇଁ ଆବଶ୍ୟକତା ଠାରୁ ଅଧିକ ଥଣ୍ଡା ଲାଗେ:

ମଧୁମେହ(ଡାଇବେଟିସ୍): ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଯେଉଁ ବ୍ୟକ୍ତିମାନଙ୍କୁ ମଧୁମେହ ରୋଗ ହୋଇଥାଏ ସେମାନଙ୍କ ରକ୍ତ ସଞ୍ଚାଳନ ପ୍ରଭାବିତ ହୁଏ । ଯେଉଁଥିପାଇଁ ସେ ଅତ୍ୟଧିକ ଥଣ୍ଡା ଅନୁଭବ କରନ୍ତି । ଏପରି ପରିସ୍ଥିତିରେ, ଯଦି ଆପଣ ମଧ୍ୟ ଅତ୍ୟଧିକ ଥଣ୍ଡା ଅନୁଭବ କରୁଛନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ଆପଣଙ୍କର ରକ୍ତରେ ଶର୍କରା ସ୍ତର ଯାଞ୍ଚ କରିନିଅନ୍ତୁ ।

ଆଇରନର ଅଭାବ: ଶରୀରରେ ଆଇରନର ଅଭାବ ହେତୁ ଲାଲ ରକ୍ତ କଣିକା କମିଯାଏ । ଯେଉଁଥିପାଇଁ ଶୀତଦିନେ ଅଧିକ ସମସ୍ୟା ଦେଖାଯାଏ । ଅନ୍ୟ ପଟେ, ଶରୀରରେ ରକ୍ତ ଅଭାବ ଥିଲେ ମଧ୍ୟ ଆପଣ ଅଧିକ ଥଣ୍ଡା ଅନୁଭବ କରନ୍ତି । ଏପରି ପରିସ୍ଥିତିରେ ଆପଣ ନିଜ ଖାଦ୍ୟରେ ସବୁଜ ପନିପରିବା, କ୍ଷୀର, ବିଲାତି ଇତ୍ୟାଦି ଅନ୍ତର୍ଭୂକ୍ତ କରିବା ଉଚିତ୍ ।

ଭିଟାମିନ୍ ବି-୧୨ ଅଭାବ: ଭିଟାମିନ୍ ବି-୧୨ ସମସ୍ୟା ମହିଳାଙ୍କ ଶରୀରରେ ଅଧିକ ମାତ୍ରାରେ ଦେଖାଯାଏ । କାରଣ ଘରର ଦାୟୀତ୍ୱ ଏବଂ ବ୍ୟସ୍ତତା ହେତୁ ମହିଳାମାନେ ସେମାନଙ୍କର ଖାଦ୍ୟ ପ୍ରତି ଧ୍ୟାନ ଦେଇ ପାରନ୍ତି ନାହିଁ । ଯେଉଁ କାରଣରୁ ସେମାନଙ୍କ ଶରୀରରେ ଭିଟାମିନ୍ ବି-୧୨ ର ଅଭାବ ଦେଖାଦେଇଥାେ । ଯେଉଁଥିପାଇଁ ସେମାନଙ୍କୁ ଆବଶ୍ୟକତା ଠାରୁ ଅଧିକ ଥଣ୍ଡା ଅନୁଭବ ହୋଇଥାଏ । ତେଣୁ, ଯଦି ଆପଣ ମଧ୍ୟ ଅତ୍ୟଧିକ ଥଣ୍ଡା ଅନୁଭବ କରୁଛନ୍ତି, ତେବେ ନିଶ୍ଚିତ ଭାବରେ ଆପଣ ଡାକ୍ତରଙ୍କ ପରାମର୍ଶ ନେବା ସହ ଙ୍କ ଶରୀରକୁ ଯାଞ୍ଚ କରନ୍ତୁ । କାରଣ ଆପଣଙ୍କ ଶରୀରରେ ଭିଟାମିନ୍ ବି-୧୨ ର ଅଭାବ ଥାଇପାରେ ।

ରକ୍ତ ସଞ୍ଚାଳନ(ବ୍ଲଡ ସରକୁଲେସନ୍):ଯଦି ଆପଣ ନିଜ ହାତ ଏବଂ ପାଦରେ ବହୁତ ଥଣ୍ଡା ଅନୁଭବ କରନ୍ତି, ତେବେ ଏହାର ଗୋଟିଏ କାରଣ ଖରାପ ରକ୍ତ ସଞ୍ଚାଳନ ହୋଇପାରେ । ଶରୀରରେ ରକ୍ତ ସଞ୍ଚାଳନ ହେତୁ ଆପଣ ଅଧିକ ଥଣ୍ଡା ଅନୁଭବ କରନ୍ତି । ତେଣୁ  ଭୁଲରେ ମଧ୍ୟ ଏହାକୁ ଅଣଦେଖା କରନ୍ତୁ ନାହିଁ ।

Get real time updates directly on you device, subscribe now.