fbpx

ସୁଧୁରୁନି ଲତାଙ୍କ ସ୍ୱାସ୍ଥ୍ୟବସ୍ଥା; ବର୍ତ୍ତମାନ ସୁଦ୍ଧା ଆଇସିୟୁରେ, ଡାକ୍ତର କହିଲେ- ‘ରିକଭରି ପାଇଁ ଭଗବାନଙ୍କୁ ଡାକନ୍ତୁ’

ନୂଆଦିଲ୍ଲୀ: ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସକର୍ ଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସୁଦ୍ଧା ଜଟିଳ ରହିଛି । କୌଣସି ପ୍ରକାର ରିକଭରି ଦେଖିବାକୁ ମିଳିନାହିଁ । ଏବେଯାଏଁ ତାଙ୍କୁ ଆଇସିୟୁରେ ରଖାଯାଇଛି । ଏନେଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ମନିଟରିଂ କରୁଥିବା ଡାକ୍ତର ସୂଚନା ଦେଇଛନ୍ତି । କରୋନା ପଜିଟିଭ୍ ହେବା ପରେ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ରଖାଯାଇଥିଲା । ସେଠାରେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଲତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ସୂଚନା ଦେଇଛନ୍ତି ।

ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲର ଡାକ୍ତର ପ୍ରମିତ୍ ସମ୍ଦାନୀ କହିଛନ୍ତି ଯେ, ଲତା ଏବେସୁଦ୍ଧା ଆଇସିୟୁରେ ରହିଛନ୍ତି । ତାଙ୍କର ଖୁବ୍ ଶୀଘ୍ର ରିକଭରି ପାଇଁ ଆମେ ଆମର ବେଷ୍ଟ୍ ଦେଉଛୁ । ତେଣୁ ତାଙ୍କର ରିକଭରି ପାଇଁ ପ୍ରାର୍ଥନା କରନ୍ତୁ । ସୂଚନା ଯେ, ଜାନୁଆରୀ ୮ ତାରିଖ ଦିନ ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସକର୍ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାଙ୍କ ଠାରେ ସ୍ୱଳ୍ପ ଲକ୍ଷଣ ଦେଖାଦେଇଥିଲା ।

Get real time updates directly on you device, subscribe now.