fbpx

Air Pollution କାରଣରୁ ହେଉଛି Heart Attack ଓ ଶ୍ୱାସ ସମ୍ବନ୍ଧୀୟ ରୋଗ! ଧୂଳି, ଧୂଆଁ ଓ ପ୍ରଦୂଷଣଠାରୁ ଦୂରେଇ ରୁହନ୍ତୁ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ବାୟୁ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ଏହି କାରଣରୁ ଶ୍ୱାସ ସମ୍ବନ୍ଧୀୟ ବିମାରୀ ହେବାର ଆଶଙ୍କା ରହିଛି । ମାତ୍ର ଏହାଦ୍ୱାରା ହାର୍ଟ ରୋଗ ମଧ୍ୟ ହୋଇପାରେ । ଦିଲ୍ଲୀ ଓ ଏନସିଆର ଅଞ୍ଚର ବାୟୁର ଗୁଣବତ୍ତା ହ୍ରାସ ପାଇବାରେ ଲାଗିଛି । ଆମେରିକୀୟ ହାର୍ଟ ଆସୋସିଏସନ ପକ୍ଷରୁ କରାଯାଇଥିବା ରିସର୍ଚ୍ଚରୁ ଏଭଳି ରିପୋର୍ଟ ଆସିଛି ।

ଚଳିତ ମୌସୁମୀରେ ଡାର୍ଟ ରୋଗୀ ବିଶେଷ ସାବଧାନତାର ସହ ରହିବା ଜରୁରୀ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । ଅନ୍ୟଲୋକମାନେ ମଧ୍ୟ ନିଜର ହୃଦୟର ଯତ୍ନ ନେବା ଜରୁରୀ । ବାୟୁ ପ୍ରଦୂଷଣ କାରଣରୁ ହାର୍ଟ ବିଟରେ ଅନିୟମିତତା ଦେଖାଦେଇପାରେ । ଅନେକ ମାମଲାରେ ହାର୍ଟ ଆଟାକ୍ ଆସିବାର ଆଶଙ୍କା ରହିଛି । ଯେଉଁ ଲୋକମାନେ ପୂର୍ବରୁ ହାର୍ଟ ରୋଗ ସହ ଜଡ଼ିତ ରହିଛନ୍ତି, ସେମାନଙ୍କର ଅବସ୍ଥା ଅଧିକ ବିଗିଡ଼ିପାରେ । ତେଣୁ ଏପରି ସ୍ଥିତିରେ ପ୍ରଦୂଷଣଠାରୁ ଦୂରେଇ ରହିବା ଜରୁରୀ ।

ହାର୍ଟ ରୋଗୀମାନେ ଏଭଳି ସ୍ଥିତିରେ ନିୟମିତ ଭାବେ ନିଜର ମେଡିସିନ ନେବା ଜରୁରୀ । ଯେଉଁମାନେ ହାର୍ଟ ରୋଗ ସହ ଲଢ଼େଇ କରୁଛନ୍ତି, ସେମାନେ ଧୂଳି, ଧୂଅାଁ, ପ୍ରଦୂଷଣଠାରୁ ଦୂରେଇ ରୁହନ୍ତୁ । ଘରୁ ବାହାରିବା ସମୟରେ ମାସ୍କ ଲଗାନ୍ତୁ । ଶରୀରକୁ ସର୍ବଦା ହାଇଡ୍ରେଟ୍ ରଖନ୍ତୁ । ବିପି ଓ ଶୁଗର ସ୍ତର ଯାଞ୍ଚ କରିବା ସହ ହାର୍ଟ ଆଟାକର କୌଣସି ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ସହ ପରାମର୍ଶ କରିବା ଦରକାର ।

Get real time updates directly on you device, subscribe now.