ବୟସ୍କ ନୁହେଁ, ଏବେ ଯୁବପୀଢ଼ି ବି ହେଉଛନ୍ତି ହୃଦଘାତର ଶିକାର ! ଜାଣନ୍ତୁ ମୁଖ୍ୟ କାରଣ

ଯୁବପିଢ଼ିଙ୍କ ମଧ୍ୟରେ ଏବେ ହୃଦଘାତ ସମସ୍ୟା ବଢ଼ୁଛି। ଖରାପ ଜୀବନଶୈଳୀ, ମାନସିକ ଚାପ, ଧୂମପାନ, ମଦ୍ୟପାନ ଓ ଫାଷ୍ଟଫୁଡ୍‌ ଏହାର ମୁଖ୍ୟ କାରଣ ହୋଇପାରେ।

ଓଡିଶା ଭାସ୍କର: ହୃଦଘାତ ଏକ ଗୁରୁତର ସ୍ୱାସ୍ଥ୍ୟଗତ ସମସ୍ୟା ଯାହା ପ୍ରତିବର୍ଷ ବହୁ ସଂଖ୍ୟକ ଲୋକଙ୍କ ଜୀବନ ନେଇଥାଏ। ଏବେ ଏହା ଚିନ୍ତାର ବିଷୟ ପାଲଟିଛି କାରଣ ଆଗରୁ ହାର୍ଟ ଆଟାକ୍‌ ବୟସ୍କ ଲୋକଙ୍କୁ ଅଧିକ ହେଉଥିଲା। ଏବେ ଯୁବକମାନଙ୍କୁ ମଧ୍ୟ ହାର୍ଟ ଆଟାକ୍‌ ହେଉଛି। ଏପରିକି ଶିଶୁମାନେ ବି ଭୋଗିଲେଣି ହୃଦଘାତ ଲକ୍ଷଣ ବୃଦ୍ଧି ପାଉଛି |

ଏହି ସ୍ୱାସ୍ଥ୍ୟଗତ ସମସ୍ୟା ପଛରେ ବିଭିନ୍ନ କାରଣ ଥାଇପାରେ ଏବଂ ସେଗୁଡିକ ବିଷୟରେ ସଠିକ୍ ତଥ୍ୟ ଜାଣିବା ନିତାନ୍ତ ଆବଶ୍ୟକ। ତେବେ ଆସନ୍ତୁ ଜାଣିବା କାହିଁକି ଯୁବବର୍ଗଙ୍କ ମଧ୍ୟରେ ହୃଦଘାତ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଏହାକୁ କେମିତି ହ୍ରାସ କରାଯାଇପାରିବ।

ଯେତେବେଳେ ହୃତପିଣ୍ଡର ମାଂସପେଶୀକୁ ରକ୍ତ ଓ ଅମ୍ଳଜାନ ଯୋଗାଉଥିବା ‘କରୋନାରୀ ଧମନୀ’ ଗୁଡିକରେ ଅବରୋଧ ସୃଷ୍ଟି ହୁଏ, ସେତେବେଳେ ହୃଦ୍‌ଘାତ ହୋଇଥାଏ। ଏହାର ଏକ ମୁଖ୍ୟ କାରଣ ହେଉଛି ଧମନୀ ମଧ୍ୟରେ କୋଲେଷ୍ଟେରୋଲ୍ ଜମା ହେବା | ଏହା ବ୍ୟତୀତ, ଧମନୀରେ ଜମା ହୋଇଥିବା ପଦାର୍ଥ ଯଦି ହଠାତ୍ ଫାଟିଯାଏ ତେବେ ସେହି ସ୍ଥାନରେ ରକ୍ତ ଜମାଟ ବାନ୍ଧି ଅବରୋଧ ସୃଷ୍ଟି ହୋଇଥାଏ | ତେଣୁ ସମସ୍ତେ ସମୟାନୁଯାୟୀ ଡାକ୍ତରୀ ପରୀକ୍ଷା କରାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ ।

ଏକ ଗବେଷଣାରୁ ଜଣାପଡିଛି ଯେ , ଯୁବପିଢ଼ିଙ୍କ ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ମାନସିକ ଚାପ, ଧୂମପାନ, ମଦ୍ୟପାନ ଏବଂ ଫାଷ୍ଟଫୁଡ ପାଇଁ ଏହି ରୋଗ ଦିନକୁ ଦିନ ବୃଦ୍ଧି ହେଉଛି |
ଏହି ଗବେଷଣା ସ୍ପଷ୍ଟ ଭାବରେ ସୂଚିତ କରେ ଯେ ଅସ୍ୱାସ୍ଥ୍ୟକର ଜୀବନଶୈଳୀ ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ଯାହାକୁ ଆପଣେ ଅଣଦେଖା କରିବା ଉଚିତ୍ ନୁହେଁ। ଏହି ରିପୋର୍ଟରେ ସ୍ପଷ୍ଟ ସୂଚାଉଛି ଯେ ଯେ ଯେଉଁ ବ୍ୟକ୍ତିମାନେ ଅଧିକ ଜଙ୍କଫୁଡ୍ ଖାଆନ୍ତି ଓ ଧୂମପାନ କରନ୍ତି, ସେମାନଙ୍କ କ୍ଷେତ୍ରରେ ହୃଦଘାତ ସମସ୍ୟା ବୃଦ୍ଧି ପାଇଁ ଥାଏ |

ତେବେ ଆସନ୍ତୁ ଏହାର ପ୍ରତିକାର ବିଷୟରେ ଜାଣିବା | ନିୟମିତ ବ୍ୟାୟାମ ଓ ଯୋଗାସନ କରିବା ଏବଂ ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବା ଅତ୍ୟାବଶ୍ୟକ | ସାଚୁରେଟେଡ୍ ଫ୍ୟାଟ୍, ଟ୍ରାନ୍ସ ଫ୍ୟାଟ୍ ଏବଂ ସୋଡିୟମ୍‌ର ମାତ୍ରା ସୀମିତ ରଖିବା ସହିତ ନିୟମିତ ଭାବେ ଫଳ, ପରିବା, ବାଦାମ ଓ ମାଛ ଖାଇବା ଆବଶ୍ୟକ। ରାତିରେ ଅତିକମରେ ସାତ ଘଣ୍ଟା ଶୋଇବା ଦ୍ୱାରା ଦେହ ଓ ମନ ସୁସ୍ଥ ରହିଥାଏ | ଉଚ୍ଚ ରକ୍ତଚାପ, କୋଲେଷ୍ଟେରଲ୍, ରକ୍ତରେ ଶର୍କରା, ହୃଦରୋଗ ଏବଂ ମଧୁମେହ ଭଳି ବିପଜ୍ଜନକ କାରଣ ଗୁଡିକ ପାଇଁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଅତ୍ୟନ୍ତ ଜରୁରୀ | କାରଣ ଏହି ସମସ୍ତ ଉପାଦାନ ହୃଦଘାତର ଆଶଙ୍କା ବଢ଼ାଇ ଥାଏ |