fbpx

(Video) ଭାଇରାଲ ହେଉଛି ମା ପୁଅଙ୍କ ହୃଦୟସ୍ପର୍ଶୀ କାହାଣୀ, ଆଜି ପୁଅ ଯେଉଁଠି ଦିନେ ମା’ ଥିଲେ ସେଇଠି

୨୭ ବର୍ଷର ପୁନରାବୃତ୍ତି..ମା’ ଙ୍କ ସ୍ଥାନରେ ଆଜି ଛିଡା ହୋଇଛନ୍ତି ପୁଅ… ଦିନେ ମା’ ଯେଉଁ ସ୍ଥାନରୁ ନିଜ ଜୀବନର ଏକ ଗରୁରୁତ୍ୱପୂର୍ଣ୍ଣ ମୂହୁର୍ତ୍ତର ଆରମ୍ଭ କରିଥିଲେ ଆଜି ପୁଅ ସେହି ସ୍ଥାନରୁ ହିଁ ନିଜ ଜୀବନର ଆଉ ଏକ ଚରଣ ଆରମ୍ଭ କରିଛନ୍ତି । ସମାନ ପଦବୀ ସହ ସମାନ ଏକାଡେମୀରୁ ଆରମ୍ବ ହେଉଛି ପୁଅର ଭବିଷ୍ୟତ ।

ଆଜି ଆମେ ଆପଣଙ୍କୁ ଏକ ଚିତ୍ର ଦେଖିଇବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ବି କହିବି ସାବାସ୍ ମା ର ସାବାସ୍ ପୁଅ । ଦେଖନ୍ତୁ ଏହି ଫଟୋକୁ, ଫଟୋରେ ଥିବା ମହିଳା ଜଣକ ରିଟାଏଡ ମେଜର ସ୍ମିତା ଚତୁର୍ବେଦୀ,ଆଉ ତାଙ୍କ ସହ ଆର୍ମି ଡ୍ରେସରେ ଥିବା ଯୁବକ ଜଣକ ହେଉଛନ୍ତି ତାଙ୍କ ପୁଅ ।

ଦୀର୍ଘ ୨୭ ବର୍ଷ ପୂର୍ବରୁ ଯେଉଁ ଏକାଡେମିରୁ ମା ଆର୍ମି ଅଫିସର ପାଇଁ ଟ୍ରେନିଙ୍ଗ ନେଉଥିଲେ ବର୍ତ୍ତମାନ ତାଙ୍କ ପୁଅ ମଧ୍ୟ ସେହି ସ୍ଥାନରୁ ଟ୍ରେନିଙ୍ଗ ନେବା ପାଇଁ ଚୟନ ହୋଇଛନ୍ତି । ଚେନ୍ନାଇର ଏକାଡେମୀରୁ ପୁଅ ସ୍ନାତକ ପ୍ରାପ୍ତ କରିଥିବା ବେଳେ ମା’ ମଧ୍ୟ ୨୭ ବର୍ଷ ପୂବରୁ ମା ମଧ୍ୟ ଏହି ସ୍ଥାନରୁ ଆର୍ମି ଅଫିସର ଭାବେ ନିଜ ଜୀବନର ଆରମ୍ଭ କରିଥିଲେ । ମା’ ଙ୍କ ପଥରେ ଚାଲି ପୁଅ ବି ଆଜି ମାଙ୍କ ପରି ଜଣେ ଆର୍ମି ଅଫିସର ହୋଇ ବାହାରିଥିବାରୁ ମା ମଧ୍ୟ ବହୁତ ଖୁସି ଅଛନ୍ତି । ଗୋଟିଏ ମା ପାଇଁ ୟା ଠୁ ବଳି ଗର୍ବର ବିଷୟ ଆଉ କଣ ହୋଇପାରେ ।

ଗେଟିଏ ସ୍ଥାନରୁ ମା’ ଓ ପୁଅଙ୍କର ଜୀବନର ବିଶେଷ ମୂହୁର୍ତ୍ତର ଆରମ୍ଭ ହେବା ଏବଂ ତା ସହିତ ଦେଶର ଏକ ସମ୍ମାନୀୟ ସ୍ଥାନରେ ରହିବାର ସୌଭାଗ୍ୟ ଯେତିକି ଖୁସିର ବିଷୟ ସେତିକି ଗର୍ବର ବିଷୟ ମଧ୍ୟ । ପୁଅ ଆଜି ମା’ ପରି ଆର୍ମି ଅଫିସର ହୋଇପାରୁଥିବାରୁ ମା’ର ଛାତି ମଧ୍ୟ ଗର୍ବରେ କୁଣ୍ଢେ ମୋଟ ହୋଇଯାଉଛି । ମା’ ପୁଅଙ୍କ ଏହି କାହାଣୀ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଟ୍ୱିଟରରେ ଏକ ଫଟୋ ସେୟାର କରାଯାଇଛି । ଯେଉଁଥିରେ ସ୍ମିତା ଦୀର୍ଘ ୨୭ ବର୍ଷ ପୂର୍ବେ ୧୯୯୫ ମସିହାରେ ସେହି ସ୍ଥାନରେ ଟ୍ରେନିଙ୍ଗ ନେଉଥିବା ସମୟର ଫଟୋ ରହିଛି । ପୋଷ୍ଟ ସହ ଲେଖାଅଛି କି ସ୍ମିତା ଚତୁବେଦୀଙ୍କ ଟ୍ରେନିଙ୍ଗ ସମୟର ସ୍ୱର୍ଣ୍ଣି ମୂହୁର୍ତ୍ତ । ଏହାସହ ଆଉ ଏକ ଫଟୋରେ ମା ଓ ପୁଅ ଉଭୟ ନଜର ଆସୁଛନ୍ତି ।

Get real time updates directly on you device, subscribe now.