ରାତି ଅଧରେ ଭୁବନେଶ୍ୱରରେ କାଚିଲା; ମାତ୍ର କେଇ ଘଣ୍ଟାରେ ୧୦୭.୯ ମିଲି ମିଟର ବର୍ଷା

ପାଣିପାଗ ବିଜ୍ଞାନୀଙ୍କ ସୂଚନା ଅନୁସାରେ ମଧୁସୂଦନ ନଗରରେ ୧୦୭.୦ ମିଲି ମିଟର ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି।

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ସବୁଠାରୁ ଅଧିକ ବର୍ଷା ହୋଇଛି ଏକାମ୍ର କ୍ଷେତ୍ର ଭାବେ ପରିଚିତ ରାଜଧାନୀ ଭୁବନେଶ୍ୱରରେ। ଏଠାରେ ୧୦୭.୯ ମିଲି ମିଟର ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି। ସବୁଠାରୁ ମଜାଦାର କଥା ହେଉଛି ଗତ ୧୨ ଘଣ୍ଟାରେ ରାଜଧାନୀ ଭୁବନେଶ୍ୱରରେ ସବୁଠାର ଅଧିକ ବର୍ଷା ହୋଇଛି ମଧୁସୂଦନ ନଗରରେ।

ପାଣିପାଗ ବିଜ୍ଞାନୀଙ୍କ ସୂଚନା ଅନୁସାରେ ମଧୁସୂଦନ ନଗରରେ ୧୦୭.୦ ମିଲି ମିଟର ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି। ସେହିପରି ନୟାପଲିରେ ୯୭.୨ ମିଲି ମିଟର, ଜଗମୋହନ ନଗରରେ ୯୦.୪ ମିଲି ମିଟର, ଲକ୍ଷ୍ମୀସାଗରରେ ୯୦.୦ ମିଲି ମିଟର, ସହିଦ ନଗରରେ ୮୩.୨ ମିଲି ମିଟର, ଖଣ୍ଡଗିରିରେ ୭୩.୨ ମିଲି ମିଟର, ଖାରବେଳ ନଗରରେ ୫୯.୪ ମିଲି ମିଟର, ଚନ୍ଦ୍ରଶେଖରପୁରରେ ୫୦.୨ ମିଲି ମିଟର ଓ ପଟିଆରେ ୩୪.୬ ମିଲି ମିଟର ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି।

Uttarakhand Govt.

ସୂଚନାରୁ ପ୍ରକାଶ; ଉତ୍ତର ଓଡ଼ିଶା ଉପକୂଳ ବାଶ୍ୱର୍ବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳ ନିକଟରେ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି। ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି। ଯେଉଁଥିପାଇଁ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି। ଗତ ୨୪ ଘଣ୍ଟା ଭିତରେ ରାଜଧାନୀରେ ଭୁବନେଶ୍ୱରରେ ରେକର୍ଡ଼ ପରିମାଣରେ ବର୍ଷା ହୋଇଛି। ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱରରେ ୧୦୭.୯ ମିଲି ମିଟର ବର୍ଷା ହୋଇଥିବା ରେକର୍ଡ଼ କରିଛି। ତା’ତଳକୁ ରହିଛି ଯାଜପୁର ଜିଲ୍ଲାର ଜେନାପୁର। ଏଠାରେ ୧୦୬.୮ ମିଲି ମିଟର ବର୍ଷା ହୋଇଛି।

ସେହିପରି କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇରେ ୧୦୦.୦ ମିଲି ମିଟର; କଟକ ଜିଲ୍ଲା ମାହାଙ୍ଗାରେ ୯୨.୦ ମିଲି ମିଟର, ନିଶ୍ଚିନ୍ତକୋଇଲିରେ ୮୨.୦ ମିଲି ମିଟର ଓ କଣ୍ଟାପଡ଼ାରେ ୮୧.୦ ମିଲି ମିଟର; ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀରେ ୮୦.୦ ମିଲି ମିଟର; ଯାଜପୁର ଜିଲ୍ଲା ସୁକିନ୍ଦାରେ ୭୬.୦ ମିଲି ମିଟର, ଯାଜପୁରରେ ୭୫.୦ ମିଲି ମିଟର; ବାଲେଶ୍ୱର ଜିଲ୍ଲା ରାଜଘାଟରେ ୭୪.୮ ମିଲି ମିଟର, ଜଗତସିଂହପୁର ଜିଲ୍ଲା ବିରିଡ଼ିରେ ୭୨.୦ ମିଲି ମିଟର; ବାଲେଶ୍ୱର ଜିଲ୍ଲା ଭୋଗରାଇରେ ୬୮.୦ ମିଲି ମିଟର, ଏନ୍‌ଏଚ୍‌-୫ ଗୋବିନ୍ଦପୁରରେ ୬୬.୨ ମିଲି ମିଟର; କେନ୍ଦ୍ରପଡ଼ା ଜିଲ୍ଲା ଆଳିରେ ୬୬.୨ ମିଲି ମିଟର; ଯାଜପୁର ଜିଲ୍ଲା ବରିରେ ୬୫.୦ ମିଲି ମିଟର; କଟକ ଜିଲ୍ଲା ସାଲେପୁରରେ ୬୫.୦ ମିଲି ମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି।