fbpx

ଅଗଷ୍ଟ-ସେପ୍ଟେମ୍ବରରେ ଏହି ସବୁ ରାଜ୍ୟରେ ହେବ ପ୍ରବଳ ବର୍ଷା, ଆଇଏମଡି କଲା ପୂର୍ବାନୁମାନ

ନୂଆଦିଲ୍ଲୀ: ଭାରତ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆଗାମୀ ଦିନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବନୁମାନ କରାଯାଇଛି । ସୋମବାର ବିଭାଗ ପକ୍ଷରୁ କୁହାଯାଇଛି ଯେ, ଅଗଷ୍ଟ-ସେପ୍ଟେମ୍ବରରେ ମଧ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ । ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ମଧ୍ୟ ରହିଛି । ଏନେଇ ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଅଗଷ୍ଟ ପାଇଁ ପ୍ରକାଶିତ ପୂର୍ବାନୁମାନରେ କହିଛନ୍ତି ଯେ, ଚଳିତ ମାସରେ ମଧ୍ୟ ମୌସୁମୀ ସ୍ୱାଭାବିକ ହେବାର ସମ୍ଭାବନା ରହିଛି।

ପୂର୍ବାନୁମାନ ଅନୁଯାୟୀ, ପଶ୍ଚିମ ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଜମ୍ମୁ-କାଶ୍ମୀର, ଲଦାଖ, ପଞ୍ଜାବ ଏବଂ ହିମାଚଳ ପ୍ରଦେଶର କିଛି ଅଂଶ ଅଗଷ୍ଟରେ ସ୍ୱାଭାବିକ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି। ସେ କହିଛନ୍ତି ଯେ ଏହି ମାସରେ କର୍ଣ୍ଣାଟକ, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କୋଙ୍କଣ ଏବଂ ଗୋଆ, ମଧ୍ୟ ମହାରାଷ୍ଟ୍ର, ଦକ୍ଷିଣ ଗୁଜୁରାଟ, ଉତ୍ତର-ପୂର୍ବ ରାଜ୍ୟ ଏବଂ ବିହାରରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.