fbpx

ରାଜ୍ୟରେ ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା!

ଭୁବନେଶ୍ୱର, ୧୯ା୮(ଓଡ଼ିଶା ଭାସ୍କର): ଉତ୍ତର ବଙ୍ଗେପାସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ବର୍ତ୍ତମାନ ଏବେ ୱେଳମାର୍କ ଲୋ ପ୍ରେସରରେ ପରିଣତ ହୋଇଛି ଲଗୁଚାପ । ଆସନ୍ତା ୨୪ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ ଲଘୁଚାପ । ଅଧିକ ଘନୀଭୂତ ହୋଇ ପଶ୍ଚିମ ଦିଗରେ ଗତି କରିବ ଳଗୁଚାପ । ଏହି ଲଘୁଚାପ ପ୍ରଭାବରେ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ଏହାସହ ଆଗାମୀ ଦୁଇ ଦିନ ଯାଏଁ ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ୨୧ତାରିଖରୁ ବର୍ଷା ପରିମାଣ ଧୀରେ ଧୀରେ କମିବ । ପ୍ରବଳ ବର୍ଷା ଥିବାରୁ ବନ୍ୟା ସମ୍ଭାବନା ରହିଛି ।

Get real time updates directly on you device, subscribe now.