fbpx

ମରାଠୀ ‘ମଲାଇକା’ ଆରେଷ୍ଟ୍‌ ହେଲେ, କାହିଁକି ଜାଣନ୍ତୁ ଭିତିରି ରହସ୍ୟ…

ମୁମ୍ବାଇ: ଦେଖାଯାଉଛନ୍ତି ଠିକ୍‌ ବଲିଉଡ୍‌ର ମଲାଇକା ଆରୋରାଙ୍କ ପରି। କିନ୍ତୁ ମରାଠୀ ଫିଲ୍ମର ଚର୍ଚ୍ଚିତ ଏହି ଅଭିନେତ୍ରୀଙ୍କୁ କେତେକ ଫ୍ୟାନ୍ସ ଓ ୟୁଜର୍ସ କୁହନ୍ତି ‘ଆଇଟମ୍‌ ମଲ୍ଲିକା’। ହଟ୍‌ ଆଉ ବୋଲ୍ଡ ଚେହେରା ପାଇଁ ଅନ୍ୟକୁ ନିଜ ଆଡ଼କୁ ବେଶ୍‌ ଆକର୍ଷିତ କରିପାରୁଥିବା ଏହି ଅଭିନେତ୍ରୀଙ୍କ ଅସଲ ନାମ ହୀନା ପାଞ୍ଚାଲ୍‌। ତେବେ ନିଶା ବା ଡ୍ରଗ୍ସ ପାଇଁ ଧରାପଡ଼ିଛନ୍ତି ପୋଲିସ୍‌ ହାତରେ।

Heena Panchal Hot

ନିକଟରେ ନାସିକର ଇଗତପୁରୀରେ ଚାଲିଥିଲା ରେଭ ପାର୍ଟିଆଉ ସେଠାରେ ପୋଲିସ୍‌ ଚଢ଼ଉ କରି ୨୨ ଜଣଙ୍କୁ ଗିରଫ କରିଥିବାବେଳେ ସେଥି ମଧ୍ୟରେ ମରାଠୀ ଫିଲ୍ମର ଅଭିନେତ୍ରୀମାନେ ଥିବା ଜଣାପଡ଼ିଥିଲା। ସେ ମଧ୍ୟରୁ ଅଭିନେତ୍ରୀ ହିନା ପାଞ୍ଚାଲ ଅନ୍ୟତମ। ମରାଠୀ ଫିଲ୍ମରେ ବେଶ୍‌ ଜଣାଶୁଣା ଏହି ଅଭିନେତ୍ରୀ ମରାଠୀ ବିଗ୍ ବସ୍ ସିଜନ୍୨ରେ ମଧ୍ୟ ଏଣ୍ଟ୍ରି କରିଥିଲେ। ରେଭ୍‌ ପାର୍ଟିରେ ହୀନା ଓ ଅନ୍ୟ ୪ ଅଭିନେତ୍ରୀଙ୍କ ସମେତ ୨୨ ଜଣ ମଦ୍ୟପାନ ଏବଂ ଡ୍ରଗ୍ସ ନେଉଥିଲେ। ଗିରଫଙ୍କ ମଧ୍ୟରେ କେତେଜଣ ଦକ୍ଷିଣୀ ଫିଲ୍ମ ଅଭିନେତ୍ରୀ ଥିବା ଜଣାପଡ଼ିଛି। ସମସ୍ତେ ନିଶାରେ ଟୁଲ୍‌ ହୋଇ ନାଚୁଥିଲେ। ଖାଲି ସେତିକି ନୁହେଁ ହୁକା, ହାସିସ୍, ଗଞ୍ଜେଇ ଡ୍ରଗ୍ ଆଦି ନିଶାଦ୍ରବ୍ୟ କିଛି ପୋଲିସ ଜବତ କରିଛି

Get real time updates directly on you device, subscribe now.