fbpx

ଏଠାରେ ପିଲାଙ୍କୁ ବିଦ୍ୟୁତ୍ ଆଘାତ ଦେଇପାରିବେ ଶିକ୍ଷକ, କିନ୍ତୁ ଅଭିଯୋଗ କରିପାରିବେନି ବାପା-ମା’

ଓଡ଼ିଶା ଭାସ୍କର ବ୍ୟୁରୋ: ପ୍ରତି ବାପା-ମାଆଙ୍କର ଇଚ୍ଛା ଥାଏ ଯେ, ସେମାନେ ତାଙ୍କ ପିଲାମାନଙ୍କୁ ଭଲ ସ୍କୁଲ୍ ରେ ଆଡମିଶନ୍ କରାଇପାରିବେ । ବିଶେଷ କରି କିଛି ଧନୀ ଶ୍ରେଣୀର ଲୋକ ରହିଛନ୍ତି ଯେଉଁମାନେ ପିଲାମାନଙ୍କୁ ବିଦେଶରେ ବି ପାଠ ପଢ଼ାଇବାକୁ ବି ଆଗୟହ ପ୍ରକାଶ କରିଥାନ୍ତି । ହେଲେ ଆମେରିକାରେ ଏପରି ଏକ ସ୍କୁଲ୍ ରହିଛି ଯେଉଁଠାକୁ ବାପା-ମାଆ ମାନେ ନିଜ ପିଲାଙ୍କୁ ଛାଡ଼ିବା ଆଗରୁ ୧୦୦ଥର ଭାବିବେ ।

ତେବେ ଆମେରିକାର ମାସାଚୁସେଟସ୍ ରେ ଥିବା ଜଜ୍ ରୋଟେନବର୍ଗ ଏଜୁକେସନାଲ୍ ସ୍କୁଲ୍ ରହିଛି । ଏଠାରେ ପିଲାଙ୍କୁ ବିଦ୍ୟୁତ୍ ଆଘାତ ଦିଆଯାଇଥାଏ । ଏହି ସ୍କୁଲରେ ପାଠ ପଢ଼ୁଥିବା ବିକଳାଙ୍ଗ ପିଲା, ଅଧିକ ଦୁଷ୍ଟ ପ୍ରବୃତ୍ତିର ପିଲା ଏବଂ ଆକ୍ରମଣାତ୍ମକ ବ୍ୟବହାର କରୁଥିବା ପିଲାଙ୍କୁ ସାବାଡ କରିବାକୁ ବିଦ୍ୟୁତ୍ ଝଟକା ଦିଆଯାଇଥାଏ ।

ସ୍କୁଲରେ ଏହିଭଳି ନିୟମ ଉପରେ ରୋକ୍ ଲଗାଇବାକୁ ଅନେକ ସ୍ତରରେ ଚେଷ୍ଟା ହୋଇଛି । ଏହି କ୍ରମରେ ଫୁଡ୍ ଓ ଡ୍ରଗ୍ ଆଡମିନିଷ୍ଟ୍ରେସନ୍(ଏଫଡିଆଇ) ଏହା ଉପରେ ପ୍ରତିବନ୍ଧକ ଲଗାଇଥିଲେ । କିନ୍ତୁ ଏହାକୁ ଚ୍ୟାଲେଞ୍ଚ କରି ଫେଡେରାଲ କୋର୍ଟରେ ଏହି ମାମଲାର ଶୁଣାଣି ସମୟରେ କୁହାଯାଇଥିଲା ଯେ, ଏହା ଶିଶୁଙ୍କ ଚିକିତ୍ସା ଚିକିତ୍ସା ଆଇନର ନିୟମ ଅଧୀନରେ ଆସିଥାଏ । ଯେଉଁଥିରେ ଏଫଡିଆଇର କୌଣସି ଅଧିକାର ନାହିଁ। ତେଣୁ ବର୍ତ୍ତମାନ ଏହି ବିଦ୍ୟାଳୟରେ ବିଦ୍ୟୁତ ଆଘାତ ଦେବା ଉପରେ ପ୍ରତିବନ୍ଧକ ହଟାଇ ଦିଆଯାଇଛି । ବିଦ୍ୟାଳୟ ପକ୍ଷରୁ ଦାବି ହୋଇଛି ଯେ, ଏହିପରି ଚିକିତ୍ସା ହେତୁ ଅନେକ ପିଲା ଆରୋଗ୍ୟ ଲାଭ କରିଛନ୍ତି। ଏଥି ସହିତ, ପିଲାମାନଙ୍କର ପିତାମାତା କହିଛନ୍ତି ଯେ ସେମାନଙ୍କ ପିଲାମାନଙ୍କୁ ଭଲ କରିବା ପାଇଁ ଏହା ହେଉଛି ଶେଷ ଉପାୟ ।

Get real time updates directly on you device, subscribe now.