fbpx

ମହିଳାଙ୍କ ପାଇଁ ଖୁସିଖବର:ରାଜ୍ୟରେ ସରକାର ଲାଗୁ କଲେ ନୂଆଯୋଜନା, ଏଣିକି ମହିଳାମାନଙ୍କୁ ମିଳିବ ୫୦ ଲକ୍ଷ ପର୍ଯ୍ୟନ୍ତ..

ନୂଆଦିଲ୍ଲୀ: ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ନୂଆ ନୂଆ ପଦକ୍ଷେପ ହାତକୁ ନେଉଛନ୍ତି। କିପରି ମହିଳା ମାନେ ଟଙ୍କା ରୋଜଗାର କରିବା ସହିତ ନିଜ ଗୋଡ଼ରେ ନିଜେ ଛିଡା ହେବେ ତାହା ପାଇଁ ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି । ତେଣୁ ସରକାର ଏବେ ମହିଳା ମାନକୁ ନିଜ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଲୋନ ପ୍ରଦାନ କରୁଛନ୍ତି । ଏହାସହିତ କ୍ଷୁଦ୍ର ଶିଳ୍ପ ଏବଂ ଷ୍ଟାର୍ଟ ଅପ୍ ଗୁଡିକ କ୍ରମାଗତ ଭାବରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରୋତ୍ସାହିତ ହେଉଛି ।

ଏହି କ୍ରମରେ ଛତିଶଗଡ ସରକାର ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଏକ ଚମତ୍କାର ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ମହିଳା ଉଦ୍ୟୋଗୀମାନଙ୍କୁ ସେମାନଙ୍କର ବ୍ୟବସାୟ ଆରମ୍ଭ କିମ୍ବା ବିସ୍ତାର କରିବା ପାଇଁ ଆର୍ଥିକ ସହାୟତା, ପ୍ରୋତ୍ସାହନ ଏବଂ ସବସିଡି ଯୋଗାଇବା ପାଇଁ ସରକାର ଏକ ନୂତନ ନୀତି ପ୍ରଣୟନ କରିଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀ ଭୁପେଶ ବଗେଲ ‘ରାଜ୍ୟ ମହିଳା ଉଦ୍ୟୋଗ ନୀତି, ୨୦୨୩-୨୮’ ଘୋଷଣା କରିଛନ୍ତି।

ଟ୍ୱିଟରରେ ସରକାରଙ୍କ ନୂତନ ନୀତି ଘୋଷଣା କରି ମୁଖ୍ୟମନ୍ତ୍ରୀ ବଗେଲ କହିଛନ୍ତି ଯେ ଚାକିରୀ ଖୋଜିବା ନୁହେଁ ମହିଳାମାନେ ଲୋକଙ୍କୁ କିଭଳି ଚାକିରୀ ପ୍ରଦାନ କରିବେ ତାହା ହେଉଛି ତାଙ୍କ ସରକାରଙ୍କ ଉଦ୍ଦେଶ୍ୟ। ବଗେଲ ଟ୍ୱିଟ୍ କରି କହିଛନ୍ତି, ‘ରାଜ୍ୟ ମହିଳା ଉଦ୍ୟୋଗ ନୀତି, ୨୦୨୩-୨୮’ ଆରମ୍ଭ କରିଛୁ। ଆମର ଉଦ୍ଦେଶ୍ୟ ହେଉଛି ରାଜ୍ୟର ମହିଳାମାନେ କେବଳ ଚାକିରି ଖୋଜୁଥିବା ବ୍ୟକ୍ତି ନୁହଁନ୍ତି ବରଂ ଚାକିରୀ ପ୍ରଦାନକାରୀ ହେବା ଉଚିତ୍। ସେମାନେ ନୂତନ ଷ୍ଟାର୍ଟଅପ୍, ନୂତନ ବ୍ୟବସାୟ ସହିତ ରାଜ୍ୟକୁ ଆଗକୁ ନିଅନ୍ତୁ । ମହିଳା ମାନେ ଆଗକୁ ବଢିବା ଆବଶ୍ୟକ।

ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ଏହି ନୂତନ ନୀତି ମହିଳା ଗୋଷ୍ଠୀ, ଉଦ୍ୟୋଗୀ, ସେମାନଙ୍କ ବ୍ୟବସାୟ ଏବଂ ଷ୍ଟାର୍ଟଅପ୍ ର ଦ୍ରୁତ ବିକାଶ ପାଇଁ ଲକ୍ଷ୍ୟ ରଖିଛି। ସେ କହିଛନ୍ତି ଯେ ଏହା ଅଧୀନରେ ଉତ୍ପାଦନକାରୀ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ରାଜ୍ୟ ମହିଳାମାନଙ୍କୁ ୫୦ ଲକ୍ଷ ଟଙ୍କା, ସେବା ଉଦ୍ୟୋଗଗୁଡିକ ପାଇଁ ୨୫ ଲକ୍ଷ ଟଙ୍କା ଏବଂ ବ୍ୟବସାୟିକ ଉଦ୍ୟୋଗଗୁଡିକ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି।

Get real time updates directly on you device, subscribe now.