ବଡ଼ ଭୁଲ ପାଇଁ ବଡ଼ ନିଷ୍ପତ୍ତି ନେଲା କୋର୍ଟ; ଦୁଇ ବର୍ଷ ପରେ ଦୋଷୀକୁ ମିଳିଲା ଫାଶି ଦଣ୍ଡ, ସ୍ତ୍ରୀ ହତ୍ଯାକାରୀକୁ…

ପତ୍ନୀ ହତ୍ଯାକାରୀକୁ ଫାଶି ଦଣ୍ଡ

ଓଡିଶା ଭାସ୍କର: ସ୍ତ୍ରୀ ହତ୍ଯାକାରୀକୁ ଫାଶି ଦଣ୍ଡରେ ଦଣ୍ଡିତ କଲା କୋର୍ଟ। ଦୀର୍ଘ ଦୁଇ ବର୍ଷ ପରେ ମିଳିଲା ଉଚିତ ନ୍ଯାୟ। ସାମାନ୍ଯ ଘରୋଇ କଳିରୁ ଆରମ୍ଭ ହୋଇ ସାଙ୍ଘାତିକ ପରିସ୍ଥିତିରେ ନେଇଥିଲା ଏହି ଘଟଣା। ଘରୋଇ କଳିରେ ସ୍ବାମୀ ଚନ୍ଦନ ରଣା ସ୍ତ୍ରୀ ଉପରେ ଏସିଡ୍ ମାଡ଼ କରିଥିଲା। ପରେ ସଙ୍ଗେ ସଙ୍ଗେ ପତ୍ନୀଙ୍କୁ ମେଡିକାଲ ନିଆଯାଇଥିଲା। ମାତ୍ର ଅନେକ ଯନ୍ତ୍ରଣାରେ ଛଟପଟ ହୋଇ ଶେଷରେ ଶେଷ ନିଶ୍ବାସ ତ୍ଯାଗ କରିଥିଲେ ପତ୍ନୀ।

ତାଙ୍କୁ SCBରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ପାଞ୍ଚ ଦିନ ପରେ ଚିକିତ୍ସାଧିନ ସମୟରେ ତାଙ୍କର ଜୀବନ ଯାଇଥିଲା। ଏହି ଘଟଣା 2023 ଫେବୃୟାରୀରେ ବାଲେଶ୍ବରର ଭାୀମପୁରାରେ ଘଟିଥିଲା। ଏସିଡ ପକାଇ ଦ୍ବିତୀୟ ପତ୍ନୀଙ୍କୁ ହତ୍ଯା ମାମଲା ଘଟଣାରେ ଏବେ ଚରମ ନିଷ୍ପତ୍ତି ନେଇଛି ହାଇକୋର୍ଟ ।

ଦୋଷୀ ଚନ୍ଦନ ରଣାକୁ ଫାଶି ଦଣ୍ଡାଦେଶରେ ଦଣ୍ଡିତ କରାଯାଇଛି। ସ୍ବତନ୍ତ୍ର ଏସି ଏସଟି କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ବିଚାର ପରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଏସିଡ ମାଡର ପାଞ୍ଚ ଦିନ ପରେ ପତ୍ନୀଙ୍କ ଜୀବନ ଯାଇଥିଲା ।SCB ମେଡିକାଲରେ ଚିକିତ୍ସା ଚାଲିଥିବା ବେଳେ ପତ୍ନୀଙ୍କ ମୃତ୍ଯୁ ହୋଇଥିଲା। ସେହିଦିନ ଠାରୁ  ଏହି ମାମଲା ନେଇ ତଦନ୍ତ ଚାଲିଥିଲା। ଶେଷରେ ତନ୍ଦନ ରଣା ଦୋଷୀ ପ୍ରମାଣିତ ହେବା ପରେ ତାକୁ ଫାଶି ଦଣ୍ଡାଦେଶରେ ଦଣ୍ଡିତ କରାଯାଇଛି।