fbpx

ବ୍ଲାକମେଲର ଅର୍ଚ୍ଚନାଙ୍କ କଳାକାରନାମା: ଜଗବନ୍ଧୁଙ୍କୁ ଲାଗିଲା ବଡ଼ ଝଟକା, ଆଗୁଆ ଜାମିନ ଶୁଣାଣିକୁ ହାଇକୋର୍ଟଙ୍କ ଅଗ୍ରାହ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ଅବିଶ୍ୱସନୀୟ କଳାକାରନାମାକୁ ନେଇ ଏବେ ସାରା ରାଜ୍ୟ ପଡ଼ୁଛୁ ଉଠୁଛି । ଗତକାଲି ଏସଡିଜେଏମଙ୍କ କୋର୍ଟରେ ହାଜର ହୋଇଥିଲେ ଅର୍ଚ୍ଚନା । କୌଣସି ତଥ୍ୟ ନଥାଇ ପ୍ରଚାର ପ୍ରସାର ନ କରିବାକୁ କୋର୍ଟକୁ ଯିବା ସମୟରେ ଗଣମାଧ୍ୟମକୁ ଅନୁରୋଧ କରିଥିଲେ ଅର୍ଚ୍ଚନା । କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅର୍ଚ୍ଚନାଙ୍କୁ ଝାରପଡ଼ା ଜେଲରୁ କୋର୍ଟକୁ ନେଇଥିଲା ପୋଲିସ ।

ତେବେ ଏହା ମଧ୍ୟରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଲାଗିଛି ବଡ଼ ଝଟକା । ଜଗବନ୍ଧୁଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରାଯିବ ନାହିଁ । ଜଗବନ୍ଧୁ ଗିରଫ ହୋଇ ସାରିଥିବାରୁ ତାଙ୍କର ଜାମିନ ଆବେଦନର ଶୁଣାଣି ହେବନି ବୋଲି କହିଛନ୍ତି ହାଇକୋର୍ଟ । ମାମଲାର ପ୍ରତ୍ୟାହାର ପାଇଁ ହାଇକୋର୍ଟ ଅନୁମତି ଦେଇଥିବା ବେଳେ ପରବର୍ତ୍ତୀ ସମୟରେ ନିୟମିତ ଜାମିନ ଆବେଦନ ପାଇଁ ଆବେଦନ କରିପାରିବେ ବୋଲି ହାଇକୋର୍ଟ କହିଛନ୍ତି ।

ତେବେ ଅର୍ଚ୍ଚନାଙ୍କ ସମସ୍ତ ବେଆଇନ ଅର୍ଥ କାରବାରର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଏଫଆରଆର ଆଧାରରେ ସମସ୍ତ ଆକାଉଣ୍ଟର ଟିକିନିଖି ତଦନ୍ତ କରାଯିବ । କେଉଁ ଉପାୟରେ କେଉଁ ଆକାଉଣ୍ଟରୁ ଅର୍ଚ୍ଚନାଙ୍କ ପାଖକୁ ଅର୍ଥ ଆସିଛି ତା’ର ସବୁ ଗୁମର ଖୋଲିବ ଇଡି । ପୋଲିସ ନିକଟରେ ହୋଇଥିବା ସମସ୍ତ ଅଭିଯୋଗର ଏଫଆଇଆର କପି ହସ୍ତାନ୍ତର କରିବାକୁ ଇଡି କମିସନରେଟ ପୋଲିସକୁ କହିଥିଲା ।

Get real time updates directly on you device, subscribe now.