fbpx

ସୂର୍ଯ୍ୟର ସବୁଠାରୁ ସ୍ପଷ୍ଟ ଚିତ୍ର

ସୂର୍ଯ୍ୟର ଏକ ସ୍ପଷ୍ଟ ଓ ନୂଆ ଫଟୋ ସାମ୍ନାକୁ ଆସିଛି । ଏହି ଫଟୋ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ସମସ୍ତ ଫଟୋଠାରୁ ସ୍ପଷ୍ଟ । ବୈଜ୍ଞାନିକମାନେ ଏହାକୁ ଏଚଡି ଫଟୋ ମଧ୍ୟ କହୁଛନ୍ତି । ତେବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି କି, ସୂର୍ଯ୍ୟର ଏତେ ସ୍ପଷ୍ଟ ଫଟୋ କିପରି ମିଳିପାରିଲା । ତେବେ ଏହି ଫଟୋଟି ୟୁରୋପର ସବୁଠାରୁ ବଡ ସୋଲର ଟେଲିସ୍କୋପ ଗ୍ରେଗୋର ଦ୍ୱାରା ନିଆଯାଇଛି । କିଆଇଏସର ବୈଜ୍ଞାନିକମାନେ ଏହି ଫଟୋ ଉପରେ ଅଧ୍ୟୟନ କରିବା ସହ ସୂର୍ଯ୍ୟକିରଣରେ ଘଟୁଥିବା ଗତିବିଧି ଉପରେ ନଜର ରଖିଛନ୍ତି ।

ତେବେ ଗ୍ରେଗୋର ଟେଲିସ୍କୋପ ଏଥର ବହୁ ଉନ୍ନତ ଫଟୋ ଉତ୍ତୋଳନ କରିଛି । ଏହି ଫଟୋଗୁଡିକରେ ସୂର୍ଯ୍ୟଙ୍କୁ ଅତି ଅତି ନିକଟରୁ ଦେଖିହେବ । ଗ୍ରେଗୋର ଟେଲିସ୍କୋପର ଲେନ୍ସ ଏତେ ଶକ୍ତିଶାଳୀ ଯେ, ସୂର୍ଯ୍ୟର ନେଉଥିବା ଫଟୋ ମାତ୍ର ୪୮ କିଲୋମିଟର ଦୂରରୁ ନେଉଥିବା ପରି ଲାଗିବ । ଫଟୋକୁ ଦେଖିବାକୁ ପରେ ବୈଜ୍ଞାନିକମାନେ କହିଛନ୍ତି ଯେ, ଏହି ଫଟୋରେ ଛୋଟ କଣିକାଗୁଡିକ ପ୍ରାୟ ୮୬,୫୦୦୦ ମାଇଲ ପର୍ଯ୍ୟନ୍ତ ରହିଛି ।

Get real time updates directly on you device, subscribe now.