fbpx

ହାଇପ୍ରୋଫାଇଲ୍‌ ଠକକୁ ଗିରଫ କଲା କମିଶନରେଟ୍‌ ପୋଲିସ୍‌, କମ୍‌ ଦିନରେ ଟଙ୍କା ଡବଲ ଥୋପ ଦେଖାଇ ୪ କୋଟିରୁ ଅଧିକ ଟଙ୍କା ଠକେଇ

ଭୁବନେଶ୍ୱର (ଭାସ୍କର  ନ୍ୟୁଜ୍‌):କମ୍‌ ଦିନରେ ଅଧିକ ସୁଧ ଦେବାକୁ କହି ୪ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୋଲିସ୍‌ ହାଇପ୍ରୋଫାଇଲ୍‌ ଠକ ପ୍ରଭାକର ଜେନାକୁ ସାମନ୍ତରାପୁରରୁ ଗିରଫ କରିଛି । ଭୁବନେଶ୍ୱର ଜୋନ-୫ ଏସିପି ସଞ୍ଜୀବ ଶତପଥୀ ଏନେଇ ସୂଚନା ଦେଇଛନ୍ତି ।

ଗିରଫ ପ୍ରଭାକରର ଘର କେନ୍ଦ୍ରାପଡ଼ା ଜିଲ୍ଲା ଦେଉଳତାର ରାଜକନିକା ଅଞ୍ଚଳରେ । ମଞ୍ଚେଶ୍ୱର ଥାନାରେ ସୌମ୍ୟଦୀପ୍ତ ନାୟକ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି । ତେବେ ତାଙ୍କ ବିରୋଧରେ ଏକାଧିକ ମାମଲା ରହିଛି । ସୌମ୍ୟଦୀପ୍ତ ନାୟକ ଓ ତାଙ୍କ ଭାଇଙ୍କୁ ପ୍ରଲୋଭିତ କରି ପ୍ରଭାକର ୧ କୋଟି ୩୦ ଲକ୍ଷ ଟଙ୍କା ନେଇଥିଲେ । ସେଥିରୁ ସେ ସେମାନଙ୍କୁ ୧୭ ଲକ୍ଷ ଟଙ୍କା ଫେରାଇ ଦେଇଥିଲେ । କିନ୍ତୁ ଅବଶିଷ୍ଟ ଟଙ୍କା ନଦେଇ ଫେରାର ହୋଇଯାଇଥିଲେ । ଏନେଇ ସୌମ୍ୟଦୀପ୍ତ ମଞ୍ଚେଶ୍ୱର ଥାନା ଅଭିଯୋଗ କରିଥିଲେ ।

ଏସିପି କହିଛନ୍ତି ଯେ, ପ୍ରଭାକର ବହୁସ୍ଥାନରେ ଲୋକଙ୍କୁ ଠକି ଟଙ୍କା ନେଇଛି । ପ୍ରଭାକର ଚେନ୍ନାଇରେ କାମ କରୁଥିଲା । ସେଠାରୁ ଆସିବା ପରେ ଏପରି କାମ କରୁଥିଲା । ଆମେ ତାଙ୍କୁ ୪ ଦିନିଆ ରିମାଣ୍ଡ ନେବାକୁ କୋର୍ଟରେ ଆବେଦନ କରିବୁ । ରିମାଣ୍ଡରେ ଆଣି ତାଙ୍କୁ ପଚରଉଚରା କରିବା ପରେ ସବୁ କଥା ଜଣାପଡ଼ିବ ।

Get real time updates directly on you device, subscribe now.