fbpx

ASO ପରୀକ୍ଷା ମାମଲା ରେ ହାଇକୋର୍ଟର ବଡ ନିର୍ଦ୍ଦେଶ : ବିନା ଅନୁମତିରେ ପ୍ରକାଶ ହେବ ନାହିଁ ରେଜଲ୍ଟ

ଭୁବନେଶ୍ୱର: ପ୍ରକାଶ ପାଇବ ନାହିଁ ଏଏସଓ ଫଳ । ରୋକ ଲଗାଇଲେ ହାଇକୋର୍ଟ । ଏଏସଓ ପରୀକ୍ଷାକୁ ନେଇ ରାୟ ଶୁଣାଇଲେ ହାଇକୋର୍ଟ । କୋର୍ଟର ବିନା ଅନୁମତିରେ ଓପିଏସି ପରୀକ୍ଷାଫଳ ପ୍ରକାଶ କରିପାରିବ ନାହିଁ ବୋଲି ହାଇକୋର୍ଟ ଦେଇଛନ୍ତି ଆଦେଶ । ଏହା ସହିତ ଚୂଡାନ୍ତ ତାଲିକା ପ୍ରକାଶ ଉପରେ ମଧ୍ୟ ରୋକ ଲଗାଇଛନ୍ତି ।

ଏହା ସହିତ କମ୍ପ୍ୟୁଟର ପ୍ରୋଫିସିଏନ୍ସି ଟେଷ୍ଟ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ମୁତାବକ କିଛି ଦିନ ତଳେ ଏଏସଓ ମାମଲା ପୁଣି ଥରେ ହାଇକୋର୍ଟରେ ପହଞ୍ଚିଥିଲା । ଯାହା ପାଇଁ ହାଇକୋର୍ଟ ଡିସେମ୍ବର୨ ରେ ପରବର୍ତ୍ତି ଶୁଣାଣି କରିବ ବୋଲି ହାଇକୋର୍ଟ ନିଷ୍ପତ୍ତି ନେଇଥିଲେ ।

ଏଏସଓ ପରୀକ୍ଷା କୁ ନେଇ ବିବାଦ କମିବାର ନାମ ନେଉ ନାହିଁ ।ଏଏସଓ ପରୀକ୍ଷା ମୂଲ୍ୟାଙ୍କନକୁ ନେଇ ପୁଣି ବିବାଦ ଦେଖାଦେଇଛି । ମୂଲ୍ୟାଙ୍କନକୁ ଚ୍ୟାଲେଞ୍ଜ କରି ଏହି ମାମଲା ପୁଣି ଥରେ ହାଇ କୋର୍ଟରେ ପହଞ୍ଚିଥିଲା । ଓପିଏସିକୁ ଉତ୍ତର ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଆଜି ଏହି ମାମଲା ଉପରେ ଶୁଣାଣି ହେଇଛି ।

ସୂଚନାମୁତାବକ ଏଏସଓ ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଥିଲେ ପରୀକ୍ଷାର୍ଥୀ । ତେବେ ଏହି ଘଟଣାରେ ଓପିଏସସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ପ୍ରେସମିଟ ମାଧ୍ୟମରେ ସେ ସୂଚନା ଦେଇ କହିଛନ୍ତି ଯେ ଚଳିତବର୍ଷ ସ୍ୱଚ୍ଛତାର ସହ ଏଏସଓ ପରୀକ୍ଷା ହୋଇଛି। ଏଥିରେ କୌଣସି ପ୍ରକାରର ଅନିୟମିତତା ହୋଇ ନାହିଁ । ତେଣୁ ଏହାକୁ ନେଇ ଅପପ୍ରଚାର କରିବା ସୋସିଆଲ ମିଡିଆରେ ଏପଟ ସେପଟ ପୋଷ୍ଟ କରିବା ଆଦୌ ଠିକ ନୁହେଁ।

Get real time updates directly on you device, subscribe now.