fbpx

ଦେଶରେ ଆଜି ସର୍ବାଧିକ ୬୧୪୮ ଆକ୍ରାନ୍ତ ମୃତ

ନୂଆଦିଲ୍ଲୀ: କରୋନା ସଂକ୍ରମଣ କମୁଥିଲେ ବି ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ଆଜି ଦେଶରେ ସର୍ବାଧିକ ୬୧୪୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହି କ୍ରମରେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୫୯ ହଜାର ୬୭୬କୁ ବୃଦ୍ଧି ପାଇଛି ।

ପୂର୍ବରୁ ଦୈନିକ ୪ ଲକ୍ଷ ଉପରେ ସଂକ୍ରମଣ ହେଉଥିବା ବେଳେ ଆଜି ୯୪ ହଜାର ୫୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୯୧ ଲକ୍ଷ ୭୩ ହଜାର ୧୨୧କୁ ବୃଦ୍ଧି ପାଇଛି । ଦେଶରେ ୨,୭୬,୫୫,୪୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧,୬୭,୯୫୨ ଜଣ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ୨୪ କୋଟି ୨୭ ଲକ୍ଷ ୨୬ ହଜାର ୬୯୩ ଡୋଜ୍ ଟିକାକରଣ ସରିଛି ।

Get real time updates directly on you device, subscribe now.