fbpx

ଚଳନ୍ତା ହାଇୱାରୁ ହୁଗୁଳି ଗଲା ପଛ ଚକା, ଆଉ ପରେ…..

ବାରଙ୍ଗ (ଭାସ୍କର ନ୍ୟୁଜ୍‌): ବାରଙ୍ଗ ଥାନା ଅନ୍ତର୍ଗତ ତ୍ରିଶୁଳିଆ ଛକ ନିକଟରେ ଚଳନ୍ତା ହାଇୱାରୁ ଚକା ହୁଗୁଳି ପଡିଥିବା ଜଣାପଡିଛି । ତେବେ ବଡ ସଡ଼କ ଦୁର୍ଘଟଣାରୁ ଚାଳକ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖବରରୁ ପ୍ରକାଶ ହାଇୱାଟି ବାଲି ବୋଝେଇ କରି ତ୍ରିଶୁଳିଆରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ହାଇୱା ଡାହାଣ ପଟ ପଛ ଚକା ହୁଗୁଳି ପଡିଥିଲା ଫଳରେ ଗାଡିଟି ଡାହାଣ ପାଶ୍ୱର୍କୁ ଢଳିଡୁ ଥିବାବେଳେ ଚାଳକ ନିଜର ଉପସ୍ଥିତ ଜ୍ଞାନ ଓ ବୃଦ୍ଧି ବଳରେ ହାଇୱାରୁ ବାହାରକୁ ଡେଇଁ ପଡିଥିଲେ । ହାଇୱାଟି କିଛି ବାଟ ଗଡ଼ିବା ପରେ ଅପେ ଅଟକି ଯାଇଥିଲା। ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ଜଣପାଡିଛି। ଖବର ପାଇଁ ଘଟଣାସ୍ଥଳରେ ବାରଙ୍ଗ ପୋଲିସ ହାଇୱା ରାସ୍ତାରୁ ହଟାଇବାକୁ ଉଦ୍ୟମ କରିଥିବା ଜଣାପଡିଛି।

ଅନ୍ୟପକ୍ଷରେ ଏହି ରାସ୍ତା ବାରଙ୍ଗ, ଭୁବନେଶ୍ୱର, ଚନ୍ଦକା, ପିତାପଲ୍ଲୀର ମୁଖ୍ୟ ରାସ୍ତା ହୋଇଥିବବେଳେ ଯାତାୟତ କରୁଥିବା ଯାନବାହାନ ଅଟକି ରହିଥିଲା । ଗାଡିଟି ଛକ ମଝିରେ ଦିନତମାମ ପଡିରହିଛି ।ଏହି ଘଟଣାଟି ସକାଳୁ ଘଟିଥିଲେ ମଧ୍ୟ ରାସ୍ତା ମଝିରୁ ଗାଡିକୁ ହଟାଇବା ପାଇଁ ଗାଡି ମାଲିକ ବା ସ୍ଥାନୀୟ ପ୍ରଶାସନ କୌଣସି ବ୍ୟବସ୍ଥା କରିନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

Get real time updates directly on you device, subscribe now.