fbpx

ଆଜି ଶପଥ ନେବେ ହିମନ୍ତ ବିଶ୍ୱ ଶର୍ମା

ଦିସପୁର, ୧୦ା୫: ପୂର୍ବରୁ ଲାଗି ରହିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଆସାମର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ହିମନ୍ତ ବିଶ୍ୱ ଶର୍ମା । ରାଜ୍ୟପାଳ ଜଗଦୀଶ ମୁଖୀ ୧୧ଟା ୩୦ରେ ହିମନ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଗତକାଲି ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ହିମନ୍ତଙ୍କୁ ସର୍ବସମ୍ମତିକ୍ରମେ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଥିଲା । ପୂର୍ବରୁ ମୁଖ୍ୟମନ୍ତ୍ରୀ ଥିବା ସର୍ବାନନ୍ଦନ ସୋନୋୱାଲ ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପତ୍ର ପଠାଇ ସାରିଛନ୍ତି ।

ସୂଚନା ଯୋଗ୍ୟ ଯେ, ହିମନ୍ତ ନିଜ ରାଜ୍ୟ ବ୍ୟତୀତ ଉତ୍ତର-ପୂର୍ବରେ ବିଜେପିର ଜଣେ ଟାଣୁଆ ନେତା ଭାବେ ଉଭା ହୋଇଛନ୍ତି । ଚଳିତ ବିଧାନସଭା ନିର୍ବାଚନରେ ସେ ଜାଲୁକବାରୀ ଆସନରୁ କଂଗ୍ରେସ ପ୍ରାର୍ଥୀ ରୋମେନ ଚନ୍ଦ୍ର ବୋର୍ଥାକୁରଙ୍କୁ ପରାଜିତ କରିଥିଲେ । ଗତକାଲି ହିମନ୍ତ ଓ ସୋନୋୱାଲ ନୂଆଦିଲ୍ଲୀ ଯାଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ।

Get real time updates directly on you device, subscribe now.