fbpx

ଆଜିଠାରୁ ଆରମ୍ଭ ହେବ Hindi ଭାଷାରେ MBBS ପାଠପଢ଼ା: କେନ୍ଦ୍ରମନ୍ତ୍ରୀ କରିବେ ଶୁଭାରମ୍ଭ

ନୂଆଦିଲ୍ଲୀ: ଆଜିଠାରୁ ଛାତ୍ରଛାତ୍ରୀମାନେ ହିନ୍ଦିରେ ମେଡିକାଲ ଶିକ୍ଷା ଗ୍ରହଣ କରିବେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ହିନ୍ଦି ଏମବିବିଏସ ଶିକ୍ଷାର ଶୁଭାରମ୍ଭ କରିବେ । ଏହି ଅବସରରେ ଏମବିବିଏସ ପ୍ରଥମ ବର୍ଷର ହିନ୍ଦି ପୁସ୍ତକ ମଧ୍ୟ ଉନ୍ମୋଚନ କରାଯିବ । ଭୋପାଳର ମୋତିଲାଲ ନେହରୁ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ହିନ୍ଦି ଏମବିବିଏସ ଶିକ୍ଷା ଆରମ୍ଭ କରିବେ ଗୃହମନ୍ତ୍ରୀ ।

ମଧ୍ୟପ୍ରଦେଶର ସରକାରଙ୍କ ଏହି ମହତ୍ତ୍ୱାକାଂକ୍ଷୀ ଯୋଜନା ଛାତ୍ରଛାତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହେବ । ହିନ୍ଦିରେ ମେଡିକାଲ ଶିକ୍ଷା ପ୍ରଦାନ କରିବାରେ ମଧ୍ୟପ୍ରଦେଶ ଦେଶର ପ୍ରଥମ ରାଜ୍ୟ ହେବ । ଅନେକ ଛାତ୍ର ଇଂରାଜୀରେ ଦୁର୍ବଳ କାରଣରୁ ମେଡିକାଲ ଶିକ୍ଷା ଅଧାରୁ ଛାଡ଼ି ଦେଇଥାନ୍ତି । ତେଣୁ ହିନ୍ଦି ଏମବିବିଏସ ମେଡିକାଲ ଶିକ୍ଷାକୁ ବହୁ ଆଗକୁ ନେଇଯିବ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି । ସୂଚନାଯୋଗ୍ୟ ଯେ, ସିଏମ ଶିବରାଜ ରାଜ୍ୟର ସମସ୍ତ ଛାତ୍ର ଓ ଛାତ୍ରୀଙ୍କୁ ‘ମାମା’ ସମ୍ବୋଧନ କରିଥନ୍ତି । ମୁଖ୍ୟମନ୍ତ୍ରୀ ଅଧିକାଂଶ ସମୟରେ ପିଲାମାନଙ୍କ ଗହଣରେ ରହିବା ସହ ଏନେଇ ତାଙ୍କର ଅନେକ ହୃଦୟସ୍ପର୍ଶୀ ବୟାନ ମଧ୍ୟ ଭାଇରାଲ ହୋଇଥାଏ ।

ଶାହ ଆଜି ଭୋପାଳର ମୋତିଲାଲ ନେହରୁ ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମରେ ହିନ୍ଦି ମେଡିକାଲ ଶିକ୍ଷାର ଶୁଭାରମ୍ଭ କରିବେ । ଏଥିସହିତ ଏମବିବିଏସ ପ୍ରଥମ ବର୍ଷର ହିନ୍ଦି ପୁସ୍ତକର ଉନ୍ମୋଚନ ମଧ୍ୟ କରିବେ । ମଧ୍ୟପ୍ରଦେଶ ସରକାରଙ୍କ ଏହି ନୂଆ ପଦକ୍ଷେପ ଫଳରେ ଛାତ୍ରଛାତ୍ରୀମାନେ ନିଜକୁ ପ୍ରମାଣିତ କରିବା ପାଇଁ ସୁଯୋଗ ପାଇବେ । କେବଳ ମେଡିକାଳ ଶିକ୍ଷା ନୁହେଁ, ଇଞ୍ଜିନିୟରିଂ, ନର୍ସିଂ, ପାରାମେଡିକାଲ ପାଠ୍ୟକ୍ରମ ମଧ୍ୟ ହିନ୍ଦିରେ ପଢ଼ାଯିବ । ଲୋକଙ୍କର ମାନସିକତା ପରିବର୍ତ୍ତନ କରିବା କ୍ଷେତ୍ରରେ ଏହା ଏକ ଐତିହାସିକ ଘଟଣା ହେବ ବୋଲି ଶିବରାଜ କହିଛନ୍ତି ।

Get real time updates directly on you device, subscribe now.