ବାଂଲାଦେଶରେ ହିନ୍ଦୁ ଯୁବକ ଜୟ ମହାପାତ୍ରଙ୍କୁ ହତ୍ୟା, ପିଟିପିଟି ମନ ଶାନ୍ତି ହେଲାନି ବିଷ ପିଆଇ ଦେଲେ…
ପୁଣି ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା।
ଓଡିଶାଭାସ୍କର: ବାଂଲାଦେଶରେ ପୁଣି ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା। ଗୁରୁବାର ଦିନ ସୁନାମଗଞ୍ଜ ଜିଲ୍ଲାରେ ଜୟ ମହାପାତ୍ର ନାମକ ଜଣେ ହିନ୍ଦୁ ଯୁବକଙ୍କୁ ଅତି ନିର୍ମମ ଭାବରେ ମାଡ଼ ମରାଯାଇଥିଲା।
ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ମାଡ଼ ମାରିବା ପରେ ମନ ଭରି ନଥିଲା ଯେ ଜୟଙ୍କୁ ବିଷ ପିଆଇ ଦେଇଥିଲେ। ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।
ବାଂଲାଦେଶର ହିନ୍ଦୁ ଭୟଭୀତ:
ଜୟ ମହାପାତ୍ରଙ୍କ ଅବସ୍ଥା ଆହୁରି ଖରାପ ହେବାରୁ ତାଙ୍କୁ ସିଲହଟ ଏମଏଜି ଓସମାନି ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କର ଇଣ୍ଟେନସିଭ କେୟାର ୟୁନିଟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏହି ଘଟଣା ବାଂଲାଦେଶର ସଂଖ୍ୟାଲଘୁ ହିନ୍ଦୁ ଜନସଂଖ୍ୟାକୁ ଗଭୀର ଭାବରେ ଭୟଭୀତ କରିଛି।
ନରସିଙ୍ଗଡିରେ ହିନ୍ଦୁ ବ୍ୟକ୍ତିଙ୍କୁ ହତ୍ୟା:
ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ମହମ୍ମଦ ୟୁନୁସଙ୍କ କାର୍ଯ୍ୟକାଳ ମଧ୍ୟରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଯଥେଷ୍ଟ ବୃଦ୍ଧି ପାଇଛି। କିଛି ଦିନ ପୂର୍ବେ, ବାଂଲାଦେଶର ନରସିଙ୍ଗଡି ସହରରେ ଜଣେ ୪୦ ବର୍ଷୀୟ ହିନ୍ଦୁ ବ୍ୟକ୍ତିଙ୍କୁ ଏକ ଭିଡ଼ ଧାରୁଆ ଅସ୍ତ୍ରରେ ଛୁରି ଭୁସି ହତ୍ୟା କରିଥିଲେ। ଯାହାକି ବାଂଲାଦେଶର ହିନ୍ଦୁ ଜନସଂଖ୍ୟା ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି।
ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା:
ଜାନୁଆରୀ ୫ ତାରିଖରେ, ଯଶୋରର କୋପାଳିଆ ବଜାରରେ ହିନ୍ଦୁ ବ୍ୟବସାୟୀ ଏବଂ ସାମ୍ବାଦିକ ରାଣା ପ୍ରତାପଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପୂର୍ବ ମାସ ଡିସେମ୍ବର ୧୮ ତାରିଖରେ, ମୈମନସିଂର ଜଣେ କପଡ଼ା କାରଖାନା କର୍ମଚାରୀ ଦୀପୁ ଚନ୍ଦ୍ର ଦାସଙ୍କୁ ଈଶ୍ୱର ନିନ୍ଦା ଅଭିଯୋଗରେ ପିଟି ପିଟି ହତ୍ୟା କରାଯାଇଥିଲା। ପରେ ତାଙ୍କ ମୃତଦେହକୁ ଗଛରେ ବାନ୍ଧି ପୋଡ଼ି ଦିଆଯାଇଥିଲା।
ଖୋକନ ଚନ୍ଦ୍ର ଦାସଙ୍କୁ ଛୁରି ଭୁସି ହତ୍ୟା:
ଡିସେମ୍ବର ୩୧, ୨୦୨୫ରେ, ଶରିୟତପୁରରେ ବ୍ୟବସାୟୀ ଖୋକନ ଚନ୍ଦ୍ର ଦାସଙ୍କୁ ଛୁରି ଭୁସିିବା ପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଇଥିଲେ। ତିନି ଦିନ ପରେ ଢାକାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।
ମାନବାଧିକାର ଗୋଷ୍ଠୀ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟମାନେ ହିନ୍ଦୁଙ୍କୁ ବାରମ୍ବାର ହତ୍ୟା ବିଷୟରେ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ ଗିରଫଦାରୀରେ ବିଳମ୍ବ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦୁର୍ବଳ କାର୍ଯ୍ୟାନୁଷ୍ଠାନ ଅପରାଧୀମାନଙ୍କୁ ସାହସ ଦେଉଛି ଏବଂ ଦୁର୍ବଳ ସମ୍ପ୍ରଦାୟ ମଧ୍ୟରେ ଭୟ ବୃଦ୍ଧି କରୁଛି।
