fbpx

ଆସୁଛି ଭୀଷଣ ମାନ୍ଦାବସ୍ଥା; କାର, ଟିଭି, ଫ୍ରିଜ ନ କିଣି ଟଙ୍କା ସଞ୍ଚୟ କରନ୍ତୁ: ଜେଫ୍ ବେଜୋସ୍

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ଆଗାମୀ ସମୟରେ ଭୀଷଣ ଅର୍ଥନୈତିକ ସଙ୍କଟ ସମ୍ମୁଖୀନ ହୋଇପାରେ ବୋଲି ଅନେକ ଆକଳନ କରୁଛନ୍ତି। ଏହାରି ମଧ୍ୟରେ ଆଗାମୀ ଉତ୍ସବକାଳୀନ ଅବକାଶରେ ବିପୁଳ ପରିମାଣରେ କ୍ରୟ ନକରିବା ପାଇଁ ଗ୍ରାହକ ଏବଂ ବ୍ୟବସାୟୀଙ୍କୁ ଚେତାବନୀ ଦେଇଛନ୍ତି ଆମାଜନ ପ୍ରତିଷ୍ଠାତା ତଥା ବିଲିୟନେୟାର ବ୍ୟବସାୟୀ ଜେଫ ବେଜୋସ। ଆର୍ଥିକ ଅବନତିକୁ ଦୃଷ୍ଟିରେ ରଖି ସେ ଏହା କହିଛନ୍ତି। ତେଣୁ ଲୋକମାନେ ସପିଂରୁ ଦୂରେଇ ରହିବା ଏବଂ ଟଙ୍କା ସଞ୍ଚୟ କରିବା ଉଚିତ୍ ବୋଲି ସେ ପରାମର୍ଶ ଦେଇଛନ୍ତି।

ସିଏନ୍ଏନ୍ ସହିତ ସାକ୍ଷାତକାର ବେଳେ ସେ କହିଛନ୍ତି, ବର୍ତମାନ ଆମେରିକାରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଲାଣି। ଆଗାମୀ ଦିନରେ ଏହା ଅନ୍ୟାଦେଶକୁ ବ୍ୟାପିପାରେ। ଏଭଳି ସମୟରେ ଆଗାମୀ ସମୟରେ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରହି ଅଧିକ ଖର୍ଚ୍ଚ ସଞ୍ଚୟ କରନ୍ତୁ। ତେଣୁ ଏହି ସମୟରେ ସେ ଟିଭି, ଫ୍ରିଜ୍ ଇତ୍ୟାଦି ଜିନିଷ କିଣିବା ଠାରୁ ଦୂରେଇ ରହିବାକୁ ସେ ଆମେରିକୀୟ ପରିବାରଙ୍କୁ କହିଥିଲେ।

ସେ କହିଛନ୍ତି ଯେ ବର୍ତ୍ତମାନ ଅର୍ଥନୀତିସ୍ଥିତି ଭଲ ଦେଖାଯାଉନାହିଁ, ବ୍ୟବସାୟ ବାଣିଜ୍ୟ ମନ୍ଥର ଗତିରେ ଚାଲିଛି। ଅନେକ କ୍ଷେତ୍ରରେ କର୍ମଚାରି ଛଟେଇ କରୁଛନ୍ତି। ତେଣୁ ସାମାନ୍ୟ ସତର୍କତା ଆମକୁ ବଡ଼ ବଡ଼ ଆର୍ଥିକ ସମସ୍ୟାରୁ ବଞ୍ଚାଇବାରେ ସମର୍ଥ ହେବ। ଯଦି ଆପଣ ‘ବିଗ୍‌-ସ୍କ୍ରିନ୍‌ ଟିଭି’ କିଣିବା କଥା ବିଚାର କରୁଛନ୍ତି, ନ କିଣି ରହି ଯାଆନ୍ତୁ। ଟଙ୍କା ରଖି ଦେଖନ୍ତୁ ଆଗକୁ କ’ଣ ହେଉଛି। ନୂଆ ଯାନବାହନ, ରେଫ୍ରିଜେରେଟର୍‌ ଏବଂ ସେ ଧରଣ ସାମଗ୍ରୀ ଖରିଦ କ୍ଷେତ୍ରରେ ମଧ୍ୟ ସତର୍କତା ଅବଲମ୍ବନ କରନ୍ତୁ।

Get real time updates directly on you device, subscribe now.