fbpx

ଲୋକପ୍ରିୟ ଗାୟକ ଆର କେଲିଙ୍କୁ ୩୦ ବର୍ଷ ଜେଲ ଦଣ୍ଡ, ରହିଥିଲା ଯୌନ ଶୋଷଣ ଅଭିଯୋଗ

ନୂଆଦିଲ୍ଲୀ: ହଲିଉଡର ଲୋକପ୍ରିୟ ଗାୟକ ଆର କେଲିଙ୍କୁ ୩୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ । ଜଣାଶୁଣା ହଲିଉଡ ସିଙ୍ଗର ଆର କେଲିଙ୍କୁ ମହିଳା, ଯୁବତୀ ଓ ଯୁବକଙ୍କ ଯୌନ ଶୋଷଣ କରିବା ଅଭିଯୋଗରେ ୩୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ୫୫ ବର୍ଷୀୟ ଆମେରିକାନ ଗାୟକ କେଲି ୯ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତାଙ୍କୁ ବ୍ରୁକଲିନ୍ ଫେଡେରାଲ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି ।

ସୂଚନା ଅନୂଯାୟୀ, ଗାୟକ ଆର କେଲିଙ୍କ ବିରୋଧରେ ଗତ ୨୦ ବର୍ଷ ହେଲା ମକଦ୍ଦମା ଚାଲିଥିଲା । କେଲି ଓ ତାଙ୍କ ଦୁଇ ସହଯୋଗୀଙ୍କ ବିରୋଧରେ ୨୦୦୮ରେ ପର୍ଣ୍ଣୋଗ୍ରାଫି ଟେଷ୍ଟରେ ହେରଫେର କରିବା ସହ ମିଛ ସାକ୍ଷୀ ଦେବା ଅଭିଯୋଗ ରହିଛି । ଅଭିଯୋଗକାରୀ ଆର କେଲିଙ୍କୁ ଅତି କମ୍ରେ ୨୫ ବର୍ଷର ଜେଲ ସଜା ହେଉ ବୋଲି କୋର୍ଟରେ ଦାବି କରିଥିଲେ । କାରଣ ଏଭଳି ବ୍ୟକ୍ତି ସମାଜ ପାଇଁ ବିପଦ ବୋଲି ସେ ନିଜ ଅଭିଯୋଗରେ କହିଥିଲେ ।

ଏହି ମାମଲାର ଶୁଣାଣି ବେଳେ କୋର୍ଟରେ ୪୫ ଜଣ ସାକ୍ଷୀ କେଲିଙ୍କ ବିରୋଧରେ ବୟାନ ଦେଇଛନ୍ତି । କେବଳ ସେତିକି ନୁହେଁ ଦିବ୍ୟାଙ୍ଗ ଗାୟିକା ଆଲିଆଙ୍କ ସହ ସେ ଅବୈଧ ରୂପେ ବିବାହ କରିଥିବା ନେଇ ମଧ୍ୟ ତାଙ୍କ ନାଁରେ ଅଭିଯୋଗ ମଧ୍ୟ ରହିଛି । ଗାୟକ ଆର କେଲିଙ୍କୁ ଶିକାଗୋରେ ଆଉ ଏକ ମାମଲାର ସାମ୍ନା କରିବାକୁ ମଧ୍ୟ ପଡିବ । ଆସନ୍ତା ଅଗଷ୍ଟ ୧୫ରେ ଏହି ମାମଲାର ଟ୍ରାଏଲ ରହିଛି ।

Get real time updates directly on you device, subscribe now.