fbpx

ଭାରତର ୧୦ ପ୍ରସିଦ୍ଧ ଆଧ୍ୟାତ୍ମିକ ସ୍ଥାନ

ଭାରତର ସଂସ୍କୃତି ବହୁ ଉପାଦାନରେ ଗଢ଼ା, ଯେଉଁଥିରେ ଭାରତର ଦୀର୍ଘ ଇତିହାସ, ଅଦ୍ୱିତୀୟ ଭୂଗୋଳ ଏବଂ ସିନ୍ଧୁ ଘାଟିର ପ୍ରାଚୀନ ସଭ୍ୟତା ସାମିଲ ରହିଛି । ପାଞ୍ଚ ହଜାର ବର୍ଷ ପୂର୍ବରୁ ଅଧିକ ସମୟରେ ଭାରତର ରୀତି ନିତି, ଭାଷା, ପ୍ରଥା, ଏବଂ ପରମ୍ପରା ସମ୍ବନ୍ଧରେ ମହାନ ବିବିଧତାର ଏକ ଅଦ୍ୱିତୀୟ ଉଦାହରଣ ଦେଇଥାଏ । ଭାରତ ବହୁ ଧାର୍ମିକ ପ୍ରଣାଳୀ ଯେପରି ହିନ୍ଦୁ, ଜୈନ, ଶିଖ୍, ବୌଦ୍ଧ ଧର୍ମ ପରି ଧର୍ମର ଜନକ ଅଟେ । ଏହି ମିଶ୍ରଣରେ ଭାରତରେ ଉତ୍ପନ୍ନ ହେଉଥିବା ବିଭିନ୍ନ ଧର୍ମ ଏବଂ ପରମ୍ପରା ବିଶ୍ୱର ଅଲଗା-ଅଲଗା ଅଂଶକୁ ମଧ୍ୟ ବହୁ ପ୍ରଭାବିତ କରିପାରିଛି ।

ଭାରତରେ ସାଧାରଣତଃ ହିନ୍ଦୁମାନେ ବସବାସ କରୁଛନ୍ତି । କୁହଯାଏ ହିନ୍ଦୁମାନେ ହେଉଛନ୍ତି ଅଧିକ ଇଶ୍ୱର ବିଶ୍ୱାସୀ । ସେଥିପାଇଁ ତ’ ଭାରତରେ ଅନେକ ମନ୍ଦିର ରହିଛି । ଆଉ ଏହି ମନ୍ଦିରକୁ ସବୁଠାରୁ ପବିତ୍ର ବୋଲି ବିଶ୍ୱାସ କରାଯାଇଥାଏ । ତେବେ ଆସନ୍ତୁ ଜାଣିବା ଭାରତର କିଛି ପ୍ରମୁଖ ପବିତ୍ର ତଥା ଆଧ୍ୟତ୍ମିକ ସ୍ଥାନ ବିଷୟରେ ।

ହରିଦ୍ୱାର
ଭାରତର ଆଧ୍ୟାତ୍ମିକ ସ୍ଥାନରେ ହରିଦ୍ୱାର ପ୍ରଥମ ସ୍ଥାନରେ ରହିଛି । ‘ହରିଦ୍ୱାର’ର ଅର୍ଥ ହେଉଛି ହରିଙ୍କର ଦ୍ୱାର । ଏଠାରେ ହର କି ପୌଡ଼ି, ମନସା ଦେବୀ, ଚଣ୍ଡୀ ଦେବୀ ପ୍ରଭୃତି ମନ୍ଦିର ରହିଛି ।

ଋଷିକେଶ
ଋଷିକେଶ ଆଧ୍ୟାତ୍ମିକ ସ୍ଥାନ ସାଙ୍ଗକୁ ଏକ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ଅଟେ । ଏଠାରେ ଆପଣ ନୀଳକଣ୍ଠ ମନ୍ଦିର, ଲକ୍ଷଣ ଝୁଲା, ତ୍ରିବେଣୀ ଘାଟ ଏବଂ ତ୍ରୟମ୍ବକେଶ୍ୱର ସମେତ ଅନେକ ସ୍ଥାନ ବୁଲିପାରିବେ ।

ବାରଣାସୀ
ଭଗବାନ ଶିବଙ୍କ ନଗରୀ କୁହାଯାଉଥିବା ବାରଣାସି ଦୁନିଆର ସବୁଠୁ ପବିତ୍ର ସ୍ଥାନ ମଧ୍ୟରୁ ଗୋଟିଏ ବୋଲି ବିଶ୍ୱାସ ରହିଛି । ପ୍ରତି ବର୍ଷ ଏଠାକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ ।

ମଥୁରା
ଭଗବାନ ଶ୍ରୀକୃଷ୍ଣଙ୍କ ନଗରୀ ମଥୁରା ଏକ ପ୍ରମୁଖ ଆଧ୍ୟାତ୍ମିକ ସ୍ଥାନ ଅଟେ । ଏଠାରେ କୃଷ୍ଣ ଜନ୍ମଭୂମି ମନ୍ଦିର ଛଡ଼ା ଏଠାରେ ଦ୍ୱାରକାଧୀଶ ମନ୍ଦିର, ରାଧା କୁଣ୍ଡ ଭଳି ଆହୁରି ଅନେକ ମନ୍ଦିର ରହିଛି ।

ଉଜ୍ଜୟିନୀ
ମଧ୍ୟ ପ୍ରଦେଶର ଶିପ୍ରା ନଦୀ କୂଳରେ ଥିବା ଉଜ୍ଜୟିନୀକୁ ମହାକାଳଙ୍କ ନଗରୀ ବୋଲି ମଧ୍ୟ କୁହାଯାଏ । ଭଗବାନ ଶିବଙ୍କର ୧୨ ଜ୍ୟୋର୍ତିଲିଙ୍ଗ ଏଠାରେ ଅବସ୍ଥିତ ।

କେଦାରନାଥ
କେଦାରନାଥ ମନ୍ଦିର ଚାରି ଧାମ ଯାତ୍ରା ମଧ୍ୟରୁ ଗୋଟିଏ, ଯାହା ଉତ୍ତରାଖଣ୍ଡରେ ରହିଛି । କେଦାରନାଥ ଏକ ପ୍ରମୁଖ ତୀର୍ଥସ୍ଥଳ ଅଟେ, ଏଠାର ଭଗବାନ ଶିବଙ୍କ ଜ୍ୟୋର୍ତିଲିଙ୍ଗ ସ୍ଥାପିତ ରହିଛି ।

ରାମେଶ୍ୱରମ
ତାମିଲନାଡୁରେ ସ୍ଥିତ ରାମେଶ୍ୱରମ ହିନ୍ଦୁମାନଙ୍କ ପାଇଁ ଦେଶର ସବୁଠୁ ପବିତ୍ର ସ୍ଥାନ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ । ଏହା ଚାରି ଧାମ ତୀର୍ଥଯାତ୍ରାରୁ ଗୋଟିଏ ଧାମ ।

ବୋଧଗୟା
ବିହାରରେ ସ୍ଥିତ ବୋଧଗୟାରେ ହିଁ ବୋଧି ବୃକ୍ଷ ତଳେ ଭଗବାନ ବୁଦ୍ଧଙ୍କୁ ନିର୍ବାଣ ପ୍ରାପ୍ତି ହୋଇଥିଲା । ମହାବୋଧି ମନ୍ଦିର ଛଡ଼ା ଏଠାରେ ଆହୁରି ଅନେକ ମନ୍ଦିର ରହିଛି ।

ପୁରୀ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହର କୁହାଯାଉଥିବା ପୁରୀ ସାରା ବିଶ୍ୱରେ ପରିଚିତ । ହିନ୍ଦୁ ତୀର୍ଥଯାତ୍ରା ପୁରୀ ଦର୍ଶନ ବିନା ଅଧୁରା ବୋଲି ବିଶ୍ୱାସ କରାଯାଏ ।

ଅମୃତସର
ପଞ୍ଜାବରେ ସ୍ଥିତ ଅମୃତସର ଶିଖ ସମୁଦାୟର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କେନ୍ଦ୍ର ଅଟେ । ଏହା ଉତ୍ତର ଭାରତର ସବୁଠୁ ବଡ଼ ସହର ମଧ୍ୟରୁ ଏକ । ଏଠାରେ ଅନେକ ଐତିହାସିକ ଗୁରୁଦ୍ୱାରା ରହିଛି ।

Get real time updates directly on you device, subscribe now.