fbpx

ସୋମବାର ଠାରୁ ଭୁବନେଶ୍ୱରରେ ମଦର ହୋମ ଡେଲିଭରି

ଭୁବନେଶ୍ୱର, ୧୪/୦୫: ଖୋର୍ଦ୍ଧା ଜିଲ୍ଲାରେ ସୋମବାରଠାରୁ ମଦର ହୋମ ଡେଲିଭରି ଆରମ୍ଭ ହେବ। ଏନେଇ ଆଜି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ମଦ ଦୋକାନଗୁଡ଼ିକ ସୋମବାରରୁ ଶୁକ୍ରବାର ସକାଳ ୭ ଟାରୁ ୫ ଟା ପର୍ଯ୍ୟନ୍ତ ନିଜର ଡେଲିଭରି ବଏ ଏବଂ ଖାଦ୍ୟ ଡେଲିଭରି କରୁଥିବା ସଂସ୍ଥା ମାଧ୍ୟମରେ ମଦର ହୋମ ଡେଲିଭରି କରିପାରିବେ । କୌଣସି ଦୋକାନକୁ ସେମାନଙ୍କ ଦୋକାନ କାଉଣ୍ଟରରେ ବିକ୍ରୟ କିମ୍ବା ମଦ ପିଇବାକୁ ଅନୁମତି ନାହିଁ । ତେବେ ସପ୍ତାହାନ୍ତ ସଟଡାଉନ ସମୟରେ ବନ୍ଦ ଦୋକାନଗୁଡ଼ିକ ବନ୍ଦ ରହିବ ।

ଦୋକାନଗୁଡ଼ିକ ଅର୍ଡର ପାଇବା ପାଇଁ ସେମାନଙ୍କର ଫୋନ୍, ମୋବାଇଲ. ହ୍ୱାଟସଆପ ନମ୍ବର,ଇମେଲ୍ ଆଇଡିକୁ ଦର୍ଶାଇବେ । ସେହିଭଳି ମଦର ହୋମ ଡେଲିଭରି ପାଇଁ ବ୍ୟବସାୟୀଙ୍କୁ ଫୋନ୍ ମାଧ୍ୟମରେ କିମ୍ବା ଏସ୍ଏମ୍ଏସ୍, ହ୍ୱାଟସଆପ ମାଧ୍ୟମରେ ଅର୍ଡର ଗ୍ରହଣ କରାଯାଇପାରିବ। ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ବିତରଣ ଦେୟ ହାର ନିର୍ଦ୍ଧାରିତ ପରିମାଣରୁ ଅଧିକ ହେବା ଉଚିତ ନୁହେଁ।

Get real time updates directly on you device, subscribe now.