fbpx

ମଦର ହେବ ହୋମ ଡେଲିଭରୀ, ଏତିକି କୋଟି ରାଜସ୍ୱ ସଂଗ୍ରହ ରଖିଛନ୍ତି ରାଜ୍ୟ ସରକାର

ନୂଆଦିଲ୍ଲୀ : ଏବେ ମଦର ହେବ ହୋମ ଡେଲିଭରୀ । ୨୦୨୨-୨୩ ଆର୍ଥିକ ବର୍ଷରେ ରାଜସ୍ୱ ବଢାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଏହାରି ଆଧାରରେ ଖୁଚୁରା ଦୋକାନଗୁଡିକରେ ମଦ ବିକ୍ରି ସହ ହୋମ ଡେଲିଭରୀ ମଧ୍ୟ କରାଯିବ । ଏହା ଓଡିଶାରେ ନୁହେଁ ବରଂ ଝାଡଖଣ୍ଡରେ ହେବାକୁ ଯାଉଛି ।

ରାଜ୍ୟ ସରକାର ମଦ ଜରିଆରେ ରାଜସ୍ୱ ସଂଗ୍ରହ ପାଇଁ ଛତିଶଗଡ ରାଜ୍ୟ କର୍ପୋରେସନ ଲିମିଟେଡ୍ ସହ ଚୁକ୍ତି କରିଛି । ଛତିଶଗଡ ସରକାରଙ୍କ କମ୍ପାନୀକୁ ମଦ ହୋମ ଡେଲିଭରୀ କିପରି ହୋଇ ପାରିବ ତାର ଦାୟିତ୍ୱ ଦିଆଯିବ । ହୋମ ଡେଲିଭରୀ ପାଇଁ ସ୍ୱତନ୍ତ୍ର ଆପ୍ ମଧ୍ୟ ବିକଶିତ କରାଯିବ ।

ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ଆର୍ଥିକ ବର୍ଷ ୨୦୨୨-୨୩ରେ ୨୩୦୦ କୋଟି ଟଙ୍କାର ରାଜସ୍ୱ ଆଦାୟ କରିବାକୁ ଲକ୍ଷ୍ୟ ରଖିଛନ୍ତି । ରାଜସ୍ୱ ଘାଟାକୁ ଦୃଷ୍ଟିରେ ରଖି ଆଇଟି ଇଣ୍ଟରଭେସନର ଆବଶ୍ୟକତା ରହିଥିବା ଏବଂ ଅବୈଧ ମଦ କାରବାର ରୋକିବା ପାଇଁ ଏହି ନୂତନ ନୀତି ପ୍ରଣୟନ କରାଯିବ ବୋଲି ଝାଡଖଣ୍ଡ ସରକାରଙ୍କ ଅଧିକାରୀ କହିଛନ୍ତି ।

ଉତ୍ପାଦ ବିଭାଗ ରାଜସ୍ୱ ଚୋରି ରୋକିବା ପାଇଁ ପ୍ରତିମାସରେ ମଦ ଦୋକାନଗୁଡିକରେ ଅଡିଟ୍ କରିବାକୁ ପ୍ରସ୍ତୁତି ଚଳାଇଛି । ଏହାକୁ ନେଇ ରୂପରେଖ କିପରି ରହିବ ଏହାର ଯୋଜନା ପ୍ରସ୍ତୁତ କରାଯାଉଛି । ଖୁଚୁରା ଦୋକାନଗୁଡିକରୁ ମଦ କିଣିବା, ଟ୍ୟାକ୍ସ ଫି ଦେବା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି ।

Get real time updates directly on you device, subscribe now.