fbpx

ଗୃହମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା, ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଲେ ଆଲୋଚନା

ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି ‘ୟଶ୍’ । ବାତ୍ୟା ୟଶ୍ ଗଭୀରତାକୁ ନଜରରେ ରଖି ଅଧିକ ପ୍ରଭାବିତ ହେବାକୁ ଥିବା ରାଜ୍ୟ ଗୁଡିକ ଅର୍ଥାତ୍ ଓଡ଼ିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବାତ୍ୟା ୟଶ୍ ର ପ୍ରସ୍ତୁତି ସମ୍ପର୍କରେ ଗୃହମନ୍ତ୍ରୀ ଅମିତ ଶାହା ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ବୈଠକରେ ଆଣ୍ଡାମାନ ନିକୋବର ଉପରାଜ୍ୟପାଳ, ରାଜ୍ୟରମାନଙ୍କର ବରିଷ୍ଠ ଅଧିକାରୀ , ସୈନାର କିଛି ଅଧିକାରୀ,ଏନଡିଆଏଫ ଅଧିମାରୀ, ଭାରତୀୟ ପାଣିପାଗ ବିଭାଗର ଅଧିକାରୀ ସାମିଲ ହୋଇଛନ୍ତି ।

ଏହି ସମୀକ୍ଷା ବୈଠକରେ ଅକ୍ସିଜେନ, ଟିକା ଯୋଗାଣ ଉପରେ ଗୁରୁତ୍ୱ ଦେଇଛନ୍ତି ଶାହା । କୋଭିଡ ହସ୍ପିଟାଲରେ ଯେପରି ସମସ୍ୟା ସୃଷ୍ଟି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି । ଏହାବାଦ୍ ବିଜୁଳି କଟିଗଲେ ବିକଳ୍ପ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶାହା । ମହାମାରୀ ସମୟରେ ବାତ୍ୟାର ମୁକାବିଲା ବେଶ୍ ଚ୍ୟାଲେଞ୍ଜିଂ ସ୍ଥିତି ସୃଷ୍ଟି କରିପାରେ । ତେଣୁ ବାତ୍ୟା ୟଶ୍ ର ମୁକାବିଲା ପାଇଁ ତତ୍ପର ହୋଇ ଉଠିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ।

ଭିଡ଼ିଓ କନଫରେନ୍ସିଂରେ ହୋଇଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମୁଖ୍ୟ ଶାସନ ସଚିବ, ଏସଆରସି ଓ ଅନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ । ଭାରତୀୟ ପାଣିପାଗ ବିଭାଗର କହିବାନୁସାରେ, ଲ୍ୟାଣ୍ଡଫଲ୍ ବେଳେ ୧୫୫-୧୬୫ ବେଗରେ ଘଣ୍ଟାପ୍ରତି ପବନ ବହିବାର ସମ୍ଭାବନା ରହିଛି । ମେ ୨୬ ସନ୍ଧ୍ୟାରେ ୧୮୫ କିମି ବେଗରେ ପବନ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶାର ତଟରେ ବହିବ ।

Get real time updates directly on you device, subscribe now.