fbpx

ଥାଇରଏଡ୍‌ ସମସ୍ୟାରୁ ମୁକ୍ତି ଚାହାନ୍ତି କି ? ଘରେ ସହଜରେ କରନ୍ତୁ ଏହାର ଚିକିତ୍ସା

କରୋନା କାଳରେ ଅନେକ ଲୋକ ଥାଇରଏଡ୍‌ ସମସ୍ୟାର ଶିକାର ହେଉଛନ୍ତି ।ରୋଗ ମଧ୍ୟରେ ଥାଇରଏଡ ସମସ୍ୟା ପୁରୁଷଙ୍କ ତୁଳନାରେ ମହିଳାଙ୍କ ଠାରେ ଅଧିକ ଦେଖିବାକୁ ମିଳିଥାଏ। ଥାଇରଏଡ ବା ଗଳଗ୍ରନ୍ଥି ଏକ ହର୍ମୋନାଲ ରୋଗ । ଗଳାର ଉଭୟ ପାର୍ଶ୍ୱରେ ପ୍ରଜାପତି ଆକୃତିର ଥାଇରଏଡ ଗ୍ରନ୍ଥି ଅଛି । ଏଥିରୁ ଟି-୩-୪ଟି ହର୍ମୋନ ନିର୍ଗତ ହୁଏ । ଯାହା ଶରୀରର ଅନେକ କାର୍ଯ୍ୟକୁ ନିୟନ୍ତ୍ରଣ କରିଥାଏ । କିନ୍ତୁ, ଯେତେବେଳେ ଏହି ହରର୍ମୋନ ବ୍ୟାଘାତ ହୁଏ , ସେତେବେଳେ ଥାଇରଏଡ ସମସ୍ୟା ଆରମ୍ଭ ହୁଏ ।ଯଦି ଆପଣ ବି ଏଥିପାଇଁ ଚିନ୍ତିତ ଅଛନ୍ତି, ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ…

– ଅଦାରେ ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ମାତ୍ରା ଭରପୂର ରହିଥାଏ। ଏହା ଥାଇରଏଡ ସମସ୍ୟା ମଧ୍ୟ ଦୂର କରିଥାଏ। ଅଦାରେ ଆଣ୍ଟି ଇନଫ୍ଲୋମେଣ୍ଟାରୀ ଗୁଣ ରହିଥାଏ, ଯାହା ଥାଇରଏଡ ବଢିବାକୁ ରୋକିବାରେ ସହାୟକ ହୋଇଥାଏ।

– ଥାଇରଏଡ ସମସ୍ୟା ଥିଲେ ଗହମ ଏବଂ ଯଅ ଖାଇବା ଲାଭଦାୟକ ହୋଇଥାଏ। ଏହା ଥାଇରଏଡ ବଢିବାକୁ ରୋକିଥାଏ। ଫଳରେ ସାଇନସ, ଉଚ୍ଚ ରକ୍ତଚାପ ଏବଂ ରକ୍ତ ଅଭାବ ଭଳି ସମସ୍ୟାର ଦୂର ହୋଇଥାଏ।

– ବାଦାମରେ ପ୍ରୋଟିନ୍, ଫାଇବର, ମିନେରାଲ, ସେମେନିୟମ୍ ରହିଛି । ଯାହାକି ଥାଇରଏଡ୍ ଲାଗି ଖୁବ୍ ଫଳପ୍ରଦ । ଏଥି ସହିତ ମ୍ୟାଗ୍ନେସିୟମ ମଧ୍ୟ ପ୍ରଚୁର ମାତ୍ରାରେ ରହିଛି, ଯାହା ଥାଇରଏଡ୍ ଗ୍ରନ୍ଥିକୁ ଠିକ୍ ଭାବରେ କାମ କରିବାରେ ସହାୟ କରିଥାଏ ।

– ନଡିଆ ତେଲରେ ଫ୍ୟାଟ୍ ଏସିଡ୍ ରହିଛି । ଯାହା ଥାଇରଏଡ ଗ୍ରନ୍ଥିର କାର୍ଯ୍ୟରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ନଡିଆ ତେଲରେ ମେଟାବଲିଜମ୍ ବୃଦ୍ଧି ପାଇଥାଏ ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ।

– ଥାଇରଏଡ ସମସ୍ୟା ଦୂର କରିବା ପାଇଁ କ୍ଷର ଏବଂ ଦହି ଖାଇବା ଉଚିତ। କ୍ଷୀର ଏବଂ ଦହିରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ, ମିନେରାଲସ ଏବଂ ଭିଟାମିନ ରହିଥାଏ, ଯାହା ଥାଇରଏଡ ସମସ୍ୟା ଦୂର କରିଥାଏ।

Get real time updates directly on you device, subscribe now.