fbpx

ରାଜ୍ୟରେ ବନ୍ଦ ହୋଇଯିବ ହୋମିଓପାଥିକ ପିଜି ପାଠ୍ୟକ୍ରମ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାର ହୋମିଓପାଥି ଚିକିତ୍ସାକୁ ଅଣଦେଖା କରୁଥିବା ଅଭିଯୋଗ ହେଉଛି । ଏଲୋପାଥିକ ଚିକିତ୍ସା ପାଠ୍ୟକ୍ରମକୁ ରାଜ୍ୟ ସରକାର ଯେଉଁ ମାତ୍ରାରେ ଗୁରୁତ୍ୱ ଦେଉଛନ୍ତି ହୋମିଓପାଥିକ ପାଠ୍ୟକ୍ରମକୁ ଅନୁରୂପ ଭାବେ ଗୁରୁତ୍ୱ ଦେଉନାହାନ୍ତି । ସରକାରୀ ହୋମିଓପାଥିକ କଲେଜରେ ୩ଟି ପିଜି ପାଠ୍ୟକ୍ରମ ରହିଛି । ରାଜଧାନୀ ଭୁବନେଶ୍ୱରସ୍ଥିତ ଡା. ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ଭେଷଜ କଲେଜରେ ଏହି କୋର୍ସ ବନ୍ଦ ହେବା ଆଶଙ୍କା ଦେଖାଯାଇଛି ।

ବହ୍ମପୁରର ବିଜୁ ପଟ୍ଟନାୟକ ହୋମିଓପାଥିକ ଭେଷଜ ମହାବିଦ୍ୟାଳୟ, ରାଉରକେଲାର ଉକ୍ରଳମଣି ହୋମିଓପାଥିକ ଭେଷଜ ମହାବିଦ୍ୟାଳୟ ଓ ସମ୍ବଲପୁରର ଓଡ଼ିଶା ମେଡିକାଲ କଲେଜ ଅଫ୍ ହୋମିଓପାଥିକ ଆଣ୍ଡ ରିସର୍ଚ୍ଚ ମହାବିଦ୍ୟାଳୟରେ ୩୧ଟି ଳେଖାଏଁ ୟୁଜି କୋର୍ସ ରହିଥିବା ବେଳେ ପିଜି କୋର୍ସ ନାହିଁ । କେବଳ ଅଭିନ୍ନ ଚନ୍ଦ୍ର କଲେଜରେ ୫ଟି ପିଜି କୋର୍ସ ରହିଛି । ପୂର୍ବରୁ ଏଠାରେ ବର୍ଷକୁ ୧୫ ପିଜି ଛାତ୍ରଛାତ୍ରୀ ପାସ କରୁଥିବା ବେଳେ ୨୦୧୨ରେ କଲେଜରେ ତାଲା ଝୁଲିଥିଲା ।

ପରବର୍ତ୍ତୀ ସମୟରେ ୫ ବର୍ଷ ପରେ ୨୦୧୭ରେ ୪ଟି କୋର୍ସକୁ ବାଦ ଦେଇ କେବଳ ମ୍ୟାଟେରା ମେଡିକା ବିଭାଗରେ ପୁଣି ପିଜି କୋର୍ସ ପ୍ରଦାନ କରାଯାଇଥିଲା । ଏହି ବିଭାଗରେ ଏବେ ଜଣେ ମାତ୍ର ପ୍ରଫେସର ରହିଥିବା ବେଳେ ଚଳିତ ବର୍ଷରୁ ଏହି ବିଭାଗ ବନ୍ଦ ହେବା ଆଶଙ୍କା ସୃଷ୍ଟି ହୋଇଛି । ତେବେ ରାଜ୍ୟ ସରକାର ମେଡିକାଲ କଲେଜ ବୃଦ୍ଧି ପାଇଁ ଯେଉଁ ଆଗ୍ରହ ପ୍ରକାଶ କରୁଛନ୍ତି, ସେପରି ଭବେ ହୋମିଓପାଥିକ କ୍ଷେତ୍ରରେ ଦେଖାଇବା ଜରୁରୀ ବୋଲି ବିଭିନ୍ନ ମହଲରୁ ଦାବି କରାଯାଇଛି ।

Get real time updates directly on you device, subscribe now.