fbpx

ଆଞ୍ଜେଲ ପିହୁଙ୍କ ହନିଟ୍ରାପ; ହ୍ୱାଟ୍ସଆପରେ ଲୁଟି ନେଲେ ୧୫ ଲକ୍ଷ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କମିଶନରେଟ ପୋଲିସ ହାତରେ ଧରା ପଡିଲେ ଆଞ୍ଜେଲ ପିହୁ । ନିଜକୁ ପ୍ରତିଷ୍ଠିତ କଲେଜର କର୍ମଚାରୀ କିମ୍ବା ଇନ୍ସୁରାନ୍ସ ଏଜେଣ୍ଟ କହି ହ୍ୱାଟସଆପରେ ଚାଟିଙ୍ଗ କରୁଥିଲେ ଓ ମିଠା ମିଠା କଥା କହି ପ୍ରେମ ସମ୍ପର୍କ ବଢାଉଥିଲେ । ସମସ୍ତ ତଥ୍ୟ ନେଇ ସାରିବା ପରେ ରାତିରେ ଘରକୁ ଯଇ କିଛି ସମୟ ବିତେଇବା ପରେ ସାଥିରେ ନେଇଥିବା ଅଭଡାରେ ନିଶା ଦେଇ ଘରେ କଳାକନା ବୁଲାଉଥିଲେ ଆଞ୍ଜେଲ ପିହୁ । ସହିଦ ନଗର ଥାନାରେ ଏନେଇ ବାଙ୍କୁଆଳର ଜଣେ ବ୍ୟକ୍ତି ଅଭିଯୋଗ ଆଣିଥିଲେ ଅଗଷ୍ଟ ୧୫ ତାରିଖିରେ । ଆଉ ତାରେ ଆରମ୍ଭ ହୋଇଥିଲା ଆଞ୍ଜେଲ ପିହୁର ସର୍ଚ୍ଚ ଅପରେସନ୍ ।

ଆଞ୍ଜେଲ ପିହୁ, ପୁରା ନାମ ପିହୁ ବିଶ୍ୱାସ । ଘର କଲିକତାରେ ହେଲେ ରୁହନ୍ତି ପୁରୀରେ । ଆଉ ସୋସିଆଲ ମିଡିଆର ସହାୟତାରେ ଲୋକଙ୍କ ସହ ସମ୍ପର୍କ ସ୍ଥାନ କରି ନିଜର ଯାଦୁ ଚଲାନ୍ତି ପିହୁ । ତେବେ ଭୁବନେଶ୍ୱର ଉପକଣ୍ଠ ବାଙ୍କୁଆଳରେ ରହୁଥିବା ଜଣେ ବ୍ୟକ୍ତିସହ ପ୍ରଥମେ ଚାଟିଙ୍ଗ କରି ବନ୍ଧୁତା ଓ ପ୍ରେମ ସମ୍ପର୍କ ସ୍ଥାନ କରିଥିଲେ । ଆଉ ମିଠା ମିଠା କଥାରେ ଏକୁଟିଆର ସୁଯୋଗ ନେଇ ରାତିରେ ସେହି ବ୍ୟକ୍ତିଙ୍କ ଘରକୁ ଯାଇଥିଲେ । କିଛି ସମୟ ଅତିବାହିତ କରିବା ପରେ ପୁରୀରୁ ପ୍ରସାଦ ଆଣିଛି କହି ଶେବନ କରିବାକୁ ଦେଇଥିଲୋ ମାତ୍ର ପ୍ରସାଦରେ ନିଶା ଦେଇ ଉକ୍ତ ବ୍ୟକ୍ତିଙ୍କୁ ବେହୋସ କରିଦେଇଥିଲେ । ଆଉ ସେହି ବ୍ୟକ୍ତିଙ୍କ ଘରୁ ୧୦ ଲକ୍ଷ ଟଙ୍କାର ସୁନା ଗହଣା ଓ ଏଟିଏମ ଚୋରି କରି ନେଇଥିଲେ । ଶେଷରେ ପୋଲିସ ଆଞ୍ଜେଲ ପିହୁକୁ ପୁରୀରୁ ଗିରଫ କରିଛିା

ଆଉ ତାପାଖରୁ ନଗଦ ଦେଢ ଲକ୍ଷ ଟଙ୍କା ଓ ସାଢେ ଛଅ ଲକ୍ଷ ଟଙ୍କାର ସୁନା ଗହଣା ଜବତ କରିଛି । କୋଲକାତାରେ ବି ଆଞ୍ଜେଲ ପିହୁ ଏଭଳି ଅନେକ ଜଲୱା ଦେଖାଇଥିଲେ । ଜେଉଁଥିାଇଁ ପୂର୍ବରୁ କଲିକତା ପୋଲିସ ପିହୁକୁ ଗିରଫ କରିଥିଲା । ଏହି ଘଟଣାରେ କମିଶନରେଟ ପୋଲିସ ଦଫା ୩୨୭ ଓ ୩୯୨ରେ ପିହୁକୁ କୋର୍ଟ ଚାଲାଣ କରିଛି । ରିମାଣ୍ଡରେ ଅଣାଯିବା ପରେ ଆଉ କେତେଜଣ ହନିଟ୍ରାପର ଶିକାର ହୋଇଛନ୍ତି ତାହା ଜଣାପଡିବ ବୋଲି ଏସିପି ସଞ୍ଜୀବ ଶତପଥୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.